www.samajalive.in
Sunday, December 14, 2025
23.1 C
Bhubaneswar

ନନ୍ଦନକାନନ ପ୍ରାଣୀ ଉଦ୍ୟାନ: ୧ରୁ ବର୍ଦ୍ଧିତ ପ୍ରବେଶ ଶୁକ୍ଳ

ନନ୍ଦନକାନନ  : ଆସନ୍ତା ଏପ୍ରିଲ ୧ରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଲାଗୁ ହେବ ବର୍ଦ୍ଧିତ ପ୍ରବେଶ ଶୁଳ୍କ। ପ୍ରାଣୀ ଉଦ୍ୟାନ ବୁଲିବାକୁ ହେଲେ ଏଣିକି ୪୦ ଟଙ୍କା ବଦଳରେ ଦେବାକୁ ପଡ଼ିବ ୫୦ଟଙ୍କା। ଏ ସମ୍ପର୍କରେ ଶୁକ୍ରବାର ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି। ବର୍ଦ୍ଧିତ ମୂଲ୍ୟ ୧୨ବର୍ଷରୁ ଅଧିକ ବୟସ୍କ ପର୍ଯ୍ୟଟକଙ୍କ ପାଇଁ ଲାଗୁହେବ। ତେବେ ଅନ୍ୟାନ୍ୟ ଦେୟ ଅପରିବର୍ତ୍ତିତ ରହିଥିବାବେଳେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଇଁ କେତେକ ସୁବିଧା ମଧ୍ୟ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ ଗତବର୍ଷ ପ୍ରାଣୀ ଉଦ୍ୟାନ ପ୍ରବେଶ ଶୁଳ୍କକୁ ୨୫ରୁ ୪୦ଟଙ୍କା ବୃଦ୍ଧି କରାଯାଇଥିଲା। ତେବେ ଏପ୍ରିଲ ୧ ତାରିଖରୁ ୫୦ଟଙ୍କା ଲେଖାଏ ଦେବାକୁ ପଡ଼ିବ। ୩ବର୍ଷ ପର୍ଯ୍ୟନ୍ତ ବୟସ୍କ ପିଲାଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ଼ ଥିଲା ବେଳେ ୩ବର୍ଷରୁ ୧୨ବର୍ଷରୁ ମଧ୍ୟରେ ଥିବା ପିଲାଙ୍କ ପାଇଁ ଥିବା ପ୍ରବେଶ ଶୁଳ୍କକୁ ୧୦ଟଙ୍କା ଅପରିବର୍ତ୍ତିତ ରଖାଯାଇଛି। କ୍ଲକ୍‍ ରୁମ୍‍ ଦେୟ ସମ୍ପୂର୍ଣ୍ଣ ଛାଡ଼ କରାଯାଇଥିବା ବେଳେ ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନ ପରିସରକୁ ନେଇଯାଉଥିବା ପଲିଥିନ୍‍ରେ ଥିବା ଶୁଖିଲା ଖାଦ୍ୟକୁ ପେପର ପ୍ୟାକେଟ୍‍ରେ ନେବା ପାଇଁ ଦୁଇଟଙ୍କା ଲେଖାଏ ଦେବାକୁ ପଡୁଥିଲା। ୧ ତାରିଖରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରି ଦିଆଯାଇଛି।
ସୂଚନାଯୋଗ୍ୟ ଯେ ପର୍ଯ୍ୟଟକଙ୍କ ପାଇଁ ବିଶୁଦ୍ଧପାଣି, ବିଶ୍ରାମସ୍ଥଳୀ, ପାର୍କ, ଶୌଚାଳୟ, ଆକ୍ୱାରିୟମ୍‍, ମୁକ୍ତାକାଶ ବିହଙ୍ଗ ସରଣୀ, ହୁଇଲଚେୟାର ବ୍ୟବହାର ଆଦିକୁ ପର୍ଯ୍ୟାୟକ୍ରମେ ଦେୟମୁକ୍ତ କରିଛନ୍ତି। ତେବେ ବର୍ଦ୍ଧିତ ପ୍ରବେଶ ଶୁଳ୍କକୁ ପର୍ଯ୍ୟଟକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ନନ୍ଦନକାନନର ପରିଦର୍ଶନରେ ଆସିଥିବା ମେଦିନୀପୁର ଜିଲାର ସମ୍ବିତ ମୁଖାର୍ଜୀ କୁହନ୍ତି ଆଗ ଅପେକ୍ଷା ଏବେ ନନ୍ଦନକାନନର କଳେବର ବୃଦ୍ଧି ହୋଇଛି। ତେବେ ପ୍ରବେଶ ମୂଲ୍ୟ ଅନ୍ୟ ଚିଡ଼ିଆଖାନା ଅପେକ୍ଷା କମ୍‍ ରହିଛି ବୋଲି ସେ କହିଥିଲେ। ଶିଲିଗୁଡ଼ିର ମମତା ଘୋଷ କହନ୍ତି ଏବେ ଶୁକ୍ଳ ବଢ଼ିଲା ଠିକ୍‍ ଅଛି, କିନ୍ତୁ ନୂଆ ଜୀବଜନ୍ତୁଙ୍କର ଦେଖାମିଳୁ ନାହିଁ ବୋଲି କହିଥିଲେ। ଏହାଛଡ଼ା ଶିଶୁରେଳଗାଡ଼ି, ରୋପ୍‍ ୱେ ସହିତ ସଫାରୀ ବନ୍ଦ ରହିଥିଲେ ମଧ୍ୟ କାହାର ନଜର ରହୁନାହିଁ ବୋଲି କହିଥିଲେ। କେନ୍ଦ୍ରାପଡ଼ା ଅଞ୍ଚଳର ଜଗଦୀଶ ସାହୁ କହନ୍ତି ପ୍ରବେଶ ମୂଲ୍ୟ ବୃଦ୍ଧି ବଡ଼ଲୋକିଆକୁ ସୁହାଇବ। ଗରିବଙ୍କ ପାଇଁ ଏହା ଅନ୍ୟାୟ। ସେଥିପାଇଁ ସାଧାରଣଲୋକ ପରିବାର ନେଇ ନନ୍ଦନକାନନକୁ ଆସିବେ ନାହିଁ ବୋଲି କହିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories