ସୁନା ୬୫୦, ରୁପା ମୂଲ୍ୟରେ ୬୦୦ ଟଙ୍କା ହ୍ରାସ
ନୂଆଦିଲ୍ଲୀ : ବିଶ୍ୱ ବଜାରରେ କାରବାର ମାନ୍ଦା ରହିବା ଏବଂ ଚାହିଦାରେ ହ୍ରାସ ଯୋଗୁ ଆଜି ଘରୋଇ ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଘଟିଛି। ଗହଣା ନିର୍ମାତାଙ୍କ ନିକଟରେ ଚାହିଦାରେ ହ୍ରାସ ଯୋଗୁ ବଜାରରେ ସୁନା ମୂଲ୍ୟରେ ୬୫୦ ଟଙ୍କା ହ୍ରାସ ଘଟି ୩୧,୩୦୦ ଟଙ୍କାରେ ପହଞ୍ôଚଛି। ଏହାଛଡା ସ୍ଥାନୀୟ ଜୁଏଲରଙ୍କ ଆଡୁ ଚାହିଦାରେ ହ୍ରାସ ଯୋଗୁ ସୁନା ମୂଲ୍ୟରେ ଏଭଳି ହ୍ରାସ ଘଟିଛି। ସେହିଭଳି ରୁପା ମୂଲ୍ୟରେ କିଲୋ ପିଛା ୬୦୦ ଟଙ୍କା ହ୍ରାସ ଘଟିଛି। ଶିଳ୍ପ ସଂସ୍ଥାଗୁଡିକ ଏବଂ କଏନ୍ ନିର୍ମାତାଙ୍କ ମଧ୍ୟରେ ଚାହିଦାରେ ହ୍ରାସ ଯୋଗୁ ରୁପା ମୂଲ୍ୟରେ କିଲୋ ପିଛା ୬୦୦ ଟଙ୍କା ହ୍ରାସ ଘଟି ୩୯,୧୫୦ ଟଙ୍କା ସ୍ତରକୁ ଖସିଆସିଛି।