www.samajalive.in
Sunday, December 14, 2025
14.1 C
Bhubaneswar

ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ

ଭଦ୍ରକ : ଭଦ୍ରକ ଗାନ୍ଧୀ ପଡିଆରେ ଚାଲିଥିବା ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଐତିହାସିକ ଶ୍ରୀରାମ ମହାଯଜ୍ଞ ସମାରୋହ ଆଜି ପବିତ୍ର ରାମ ନବମୀରେ ଉଦ୍‍ଯାପିତ ହୋଇଛି। ଗତ ୨୩ ତାରିଖରେ ଆରଡି, ଯାଜପୁର ବିରଜା କ୍ଷେତ୍ର ଓ ଭଦ୍ରକାଳୀ ପୀଠରୁ ଆଜ୍ଞାମାଳ ଅଣାଯିବା ସହିତ ଅପରାହ୍ଣରେ ୫ହଜାରରୁ ଊଦ୍ଧ୍ୱର୍ ମହିଳାଙ୍କୁ ନେଇ ବିଶାଳ କଳସ ଶୋଭାଯାତ୍ରା ହୋଇଥିଲା। ଏହା ଛଡା ଗତକାଲିଠାରୁ ଆରମ୍ଭ ହୋଇଥିବା ଅଖଣ୍ଡ ହନୁମାନ ଚାଳିଶା, ଯଜ୍ଞାଦି କର୍ମର ଆଜି ପୂର୍ଣ୍ଣାହୁତି ହୋଇଥିଲା। ଆଜି ଅପରାହ୍ଣରେ ରାମ, ଲକ୍ଷ୍ମଣ, ସୀତା, ହନୁମାନ ଆଦିଙ୍କ ବିଭିନ୍ନ ଆକର୍ଷୀଣୀୟ ମେଢ ସଜ୍ଜିତ ହୋଇ ଶୋଭାଯାତ୍ରାରେ ନେହରୁ ଷ୍ଟାଡିୟମରୁ ବାହାରି ସହର ପରିକ୍ରମା କରିଥିଲା। ଗରଦପୁର, ପୁରୁଣାବଜାର ଆଦି ଅଞ୍ଚଳରୁ ମେଢଗୁଡିକ ଆସି ସଦାବର୍ତ୍ତ ମଠ ନିକଟରେ ଏକଜୁଟ ହୋଇ ସେଠାରୁ ମିଳିତଭାବେ ଶୋଭାଯାତ୍ରାରେ ବାହାରିଥିଲା।
ସେହିପରି ବିଭିନ୍ନ ଗ୍ରାମାଞ୍ଚଳର ମେଢଗୁଡିକ ଆସି ନେହେରୁ ଷ୍ଟାଡିୟମରେ ରହିଥିଲା। ସେଠାରୁ ମିଳିତ ଶୋଭାଯାତ୍ରାରେ ମେଢସବୁ ବନ୍ତଛକ, ଅପର୍ତ୍ତିବିନ୍ଧା ଛକ, କଚେରୀ ବଜାର, ନୂଆବଜାର, କଦମବେଢା, ସନ୍ଥିଆ ହୋଇ ଗାନ୍ଧୀ ପଡିଆରେ ପହଞ୍ଚିଥିଲା। ବିଭିନ୍ନ ବାଜା ରୋଷଣୀରେ ପ୍ରାୟ ୭୦ରୁ ଊଦ୍ଧ୍ୱର୍ ମେଢ ଶୋଭାଯାତ୍ରା ସହର ମଧ୍ୟରେ ପରିକ୍ରମା କରିଥିଲା। ହଜାର ହଜାର ସଂଖ୍ୟକ ଯୁବକ ମଟର ସାଇକଲରେ ଶ୍ରୀରାମ ପତାକା ଲଗାଇ ଜୟ ଶ୍ରୀରାମ ଧ୍ୱନୀରେ ସହର ପ୍ରକମ୍ପିତ କରିଥିଲେ। ପୁଲିସ ମହୋତ୍ସବ ପାଇଁ ଜାରି କରିଥିବା ୧୪୪ଧାରା ଅପରାହ୍ଣ ୧ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କୋହଳ କରାଯାଇଥିଲା। ୪୯ ପ୍ଲାଟୁନ ଫୋର୍ସ ସହିତ ୧୫୦ରୁ ଊଦ୍ଧ୍ୱର୍ ବରିଷ୍ଠ ପୁଲିସ ଅଧିକାରୀ ଏଥିଲାଗି ନିୟୋଜିତ ହୋଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories