www.samajalive.in
Saturday, December 13, 2025
21.1 C
Bhubaneswar

ତିନିରଥ ପାଇଁ କାଠ ଚିରଟ ଅନୁକୂଳ

କଟକ ସଦର : ଶ୍ରୀରାମ ନବମୀ ଅବସରରେ ରବିବାର ସକାଳେ ଖପୁରିଆଠାରେ ଅବସ୍ଥିତ ସରକାରୀ କରତକଳରେ ପୁରୀ ବଡ଼ ଠାକୁରଙ୍କ ତିନି ରଥ ନିର୍ମାଣ ପାଇଁ କାଠ ଚିରଟ ଅନୁକୂଳ ହୋଇଛି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ, ଭାରପ୍ରାପ୍ତ ଅଧିକାରୀ (ସଂସ୍ଥା) ସରୋଜ କୁମାର ରାୟ, ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ୍‍, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦର୍ାର ରବି ଭୋଇ, ୱାର୍କ ସରକାର କାର୍ତ୍ତିକ ଭୋଇ, ମନ୍ଦିର ପୁଲିସ ରାମଚନ୍ଦ୍ର ମହାରଣା ପ୍ରମୁଖ ଖପୁରିଆସ୍ଥ ସ’ ମିଲଠାରେ ରଥ କାଠ ଚିରଟ ଅନୁକୂଳ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ରଥକାଠ ଅମିନ ମନ୍ଦିରରୁ ଆଣିଥିବା ଆଜ୍ଞାମାଳ ଯଥା – ଠାକୁରଙ୍କ ଲାଗିମାଳ, ପତନୀ, ମହାପ୍ରସାଦ, ଧୂପ, ଦୀପ, ଚନ୍ଦନ, ସିନ୍ଦୂର ଓ ନଡ଼ିଆ ଆଦି ପୂଜା ସାମଗ୍ରୀ ଧରି ପୂଜାର୍ଚ୍ଚନା କରିବା ପରେ
କାଠ ଚିରଟ ଅନୁକୂଳ ହୋଇଥିଲା। ପ୍ରଥମେ ୧୨ ଫୁଟ ଲମ୍ବ ଓ ୩ ଫୁଟ ଗୋଲେଇର ତିନି ଖଣ୍ଡ ଧଉରା କାଠ ଚିରଟ ଅନୁକୂଳ ହୋଇଥିଲା। ପରେ ପର୍ଯ୍ୟାୟକ୍ରମେ ଆବଶ୍ୟକ ମୁତାବକ ରଥକାଠ ଚିରଟ କରାଯିବ। ଏହି କାର୍ଯ୍ୟ ରଥ ନିର୍ମାଣ ଶେଷ ତଥା ନେତ୍ରୋତ୍ସବ ପର୍ଯ୍ୟନ୍ତ ଚାଲିବ। ତିନି ରଥ ପାଇଁ ୮ଶହ ୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ଚଳିତ ବର୍ଷ ପାଇଁ ୬୮୧ ଖଣ୍ଡ କାଠ ପାଇଁ ବରାଦ ଦିଆଯାଇଛି। ପୂର୍ବ ବର୍ଷରୁ ୧୮୪ ଖଣ୍ଡ କାଠ ଗଚ୍ଛିତ ରହିଛି। ଆବଶ୍ୟକ ଥିବା ୬୮୧ ଖଣ୍ଡ କାଠରୁ ୫୫୬ ଖଣ୍ଡ କାଠ ରଥଖଳା ଓ କରତ କଳରେ ପହଞ୍ଚ ସାରିଲାଣି। ଅବଶିଷ୍ଟ ୧୨୫ ଖଣ୍ଡ କାଠ ଅଳ୍ପଦିନ ମଧ୍ୟରେ ପହଞ୍ଚିବ ବୋଲି ବରିଷ୍ଠ ତତ୍ତ୍ୱବଧାରକ ସୁଦର୍ଶନ ମେକାପଙ୍କ ଠାରୁ ପ୍ରକାଶ। କରତକଳର ପରିଚାଳକ ଭାଗବତ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ କର୍ମଚାରୀ ସରୋଜ କୁମାର ମହାନ୍ତି, ଚକ୍ରଧର ନାଥ, ବିପିନ କୁମାର ରାଉତରାୟ, ଗୌରାଙ୍ଗ ସେଠୀ, ପ୍ରଶାନ୍ତ ନାଥ ପ୍ରମୁଖ ସହଯୋଗ କରିଥିଲେ। ଏହି ରଥକାଠ ପାଇଁ ଅସନ, ଧଉରା, ଫାଶି ଓ ସିମିଳି କାଠ ଚିରଟ ପାଇଁ ଆସିଛି।
ତିନିରଥ ପାଇଁ କାଠ…

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories