www.samajalive.in
Sunday, December 14, 2025
23.1 C
Bhubaneswar

ଦିନିକିଆରେ ଦ୍ରୁତତମ ୧୦୦ ୱିକେଟ୍‍ ହାସଲ କଲେ ରସିଦ୍‍

ହରାରେ : ଆଫଗାନିସ୍ତାନର ରସିଦ୍‍ ଖାନ୍‍ ଦିନିକିଆରେ ଦ୍ରୁତତମ ୧୦୦ ୱିକେଟ୍‍ ହାସଲ କରିଛନ୍ତି। ଏଠାରେ ଖେଳାଯାଉଥିବା ଆଇସିସି ବିଶ୍ୱକପ୍‍ ଯୋଗ୍ୟତା ଅର୍ଜନ ପର୍ଯ୍ୟାୟର ଫାଇନାଲ ମ୍ୟାଚ୍‍ରେ ୱେଷ୍ଟଇଣ୍ଡିଜର ସାଇ ହୋପ୍‍ଙ୍କୁ ଆଉଟ୍‍ କରି ଏହି ସଫଳତା ହାସଲ କରିଥିଲେ। ରସିଦ ୪୪ଟି ଦିନିକିଆ ମ୍ୟାଚ୍‍ ଖେଳି ୧୦୦ଟି ୱିକେଟ୍‍ ହାସଲ କରିବାରେ ସକ୍ଷମ ହୋଇଥିଲେ। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ମିଚେଲ୍‍ ଷ୍ଟାର୍କଙ୍କ ନାମରେ ଥିଲା। ଷ୍ଟାର୍କ ୫୨ଟି ମ୍ୟାଚ୍‍ ଖେଳି ୧୦୦ଟି ୱିକେଟ୍‍ ହାସଲ କରିଥିଲେ। ରସିଦ୍‍ ୨୬ଟି ଦିନିକିଆ ଖେଳି ୫୦ଟି ୱିକେଟ୍‍ ନେଇଥିବା ବେଳେ ବାକି ୫୦ଟି ୱିକେଟ୍‍ ୧୮ଟି ଦିନିକଆରୁ ନେଇଛନ୍ତି। ତାଙ୍କର ବୋଲିଂ ହାର୍‍ ୧୪.୧୨ ଥିବା ବେଳେ ଓଭର ପିଛା ୩.୯୪ ରନ୍‍ ବ୍ୟୟ କରିଛନ୍ତି।
ଆଫ୍‍ଗାନିସ୍ତାନ ଅନ୍ତର୍ଜାତୀୟ କ୍ରିକେଟ୍‍ରେ ଛୋଟ ଦଳ ହୋଇଥିବାରୁ ବଡ଼ ବଡ଼ ଦଳଙ୍କ ବିରୋଧରେ ଦିନିକିଆ ମ୍ୟାଚ୍‍ ଖେଳିବାର ଖୁବ୍‍ କମ୍‍ ସୁଯୋଗ ଦଳକୁ ମିଳିଛି। ରସିଦ୍‍ ଆୟର୍ଲାଣ୍ଡ ଓ ଜିମ୍ବାୱେ ପରି ଦଳ ବିରୋଧରେ ମାତ୍ରାଧିକ ୱିକେଟ୍‍ ହାସଲ କରିଛନ୍ତି। ଜିମ୍ବାୱେ ବିରୋଧରେ ସେ ୪୦ଟି ୱିକେଟ୍‍ ଅକ୍ତିଆର କରିଥିବା ବେଳେ ଆୟର୍ଲାଣ୍ଡ ବିରୋଧରେ ୩୦ରୁ ଅଧିକ ୱିକେଟ୍‍ ନେଇଛନ୍ତି। ଆଫଗାନିସ୍ତାନ ତରଫରୁ ୨୦୧୫ରେ ଜିମ୍ବାୱେ ବିରୋଧରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା ରସିଦ୍‍ ଅଢ଼େଇ ବର୍ଷ ମଧ୍ୟରେ ୧୦୦ ୱିକେଟ୍‍ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଗୋଟିଏ ମ୍ୟାଚ୍‍ରେ ସେ ୧୮ ରନ୍‍ ବିନିମୟରେ ୭ଟି ୱିକେଟ୍‍ ହାସଲ କରିଥିଲେ, ଯାହାକି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ଟ୍ୱେଣ୍ଟି୨୦ କ୍ରିକେଟ୍‍ରେ ରସିଦ୍‍ଙ୍କ ପ୍ରଦର୍ଶନ ମଧ୍ୟ ବେଶ୍‍ ଉଚ୍ଚକୋଟିର। ୨୯ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳି ୪୭ଟି ୱିକେଟ୍‍ ହାସଲ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories