www.samajalive.in
Monday, December 15, 2025
24.1 C
Bhubaneswar

ଭାରତ ଓ ଚୀନ ବିବାଦରେ ମଧ୍ୟସ୍ଥତା କରିବନି ରୁଷ୍‌

ମସ୍କୋ/ନୂଆଦିଲ୍ଲୀ : ଚୀନ ଓ ଭାରତ ମଧ୍ୟରେ ରହିଥିବା ବିବାଦର ସମାଧାନ ପାଇଁ ବାହ୍ୟ ଶକ୍ତିର ସହଯୋଗ ଆବଶ୍ୟକ ନାହିଁ। ବିଶେଷକରି ଦ୍ବିପାକ୍ଷିକ ସମସ୍ୟାର ସମାଧାନ ପାଇଁ ଭାରତ କିମ୍ବା ଚୀନ କେହି ତୃତୀୟ ପକ୍ଷର ସହଯୋଗ ଲୋଡ଼ିବା ଆବଶ୍ୟକ ମନେ କରନ୍ତି ନାହିଁ। ସେମାନେ ନିଜ ମଧ୍ୟରେ ବିବାଦ ସମାଧାନ ପାଇଁ ସକ୍ଷମ। ସାମ୍ପ୍ରତିକ ବିବାଦର ସମାଧାନ ମଧ୍ୟ ସେମାନେ କରିପାରିବେ। ଏଭଳି ମତ ରଖିଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ।

ମଙ୍ଗଳବାର ରୁଷ୍‌, ଭାରତ, ଚୀନ (ଆରଆଇସି) ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ପରେ ସର୍ଗେଇ ଏହା କହିଛନ୍ତି। ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଭାରତ ଓ ଚୀନ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ଭାରତ ଓ ଚୀନ ମଧ୍ୟରେ ​ବଡ଼ଧରଣର ବିବାଦ ହେଲେ ରୁଷ୍‌ ନିରପେକ୍ଷତା ଅବଲମ୍ବନ କରିବ ବୋଲି ଏହି ବିବୃତି ମାଧ୍ୟମରେ ସର୍ଗେଇ ସ୍ପଷ୍ଟ ସୂଚନା ଦେଇଛନ୍ତି। ଏହି ତ୍ରିପାକ୍ଷୀୟ ସମ୍ମିଳନୀ ପାଇଁ ଭାରତ ପ୍ରଥମରୁ ରାଜି ହେଉ ନ ଥିଲେ ମଧ୍ୟ ରୁଷ୍‌ର ନିବେଦନକ୍ରମେ ସମ୍ମତି ପ୍ରକାଶ କରିଥିଲା। ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏଥିରେ ସାମିଲ ହୋଇଥିଲେ। ବୈଠକରେ ଗଲୱାନ ବିବାଦ ପ୍ରତ୍ୟକ୍ଷ ସ୍ଥାନ ପାଇ ନ ଥିଲେ ମଧ୍ୟ ଜୟଶଙ୍କର ଆନ୍ତର୍ଜାତିକ ଆଇନକୁ ବିଶ୍ବର ସମସ୍ତ ରାଷ୍ଟ୍ର ସମ୍ମାନ ଦେବା ଉଚିତ ବୋଲି ମତ ରଖିଥିଲେ। କୌଣସି ରାଷ୍ଟ୍ରର ନାମ ନ ​‌ନେଇ ସେ କହିଥିଲେ ଯେ ଏହାଦ୍ବାରା ବିଶ୍ବ ବ୍ୟବସ୍ଥା ସୁସଂହତ ହୋଇପାରିବ। ଚୀନ୍‌ ସହିତ ୧୯୬୨ ଯୁଦ୍ଧ ପୂର୍ବରୁ ରୁଷ୍‌-ଭାରତ ସାମରିକ ସମ୍ପର୍କ ଦୃଢ଼ ରହିଆସିଛି। ଏହି ଯୁଦ୍ଧ ସମୟରେ ରୁଷ ନିରପେକ୍ଷତା ଅବଲମ୍ବନ କରିଥିବାରୁ ଏବେ ମଧ୍ୟ ସମାନ ନୀତି ବଳବତ୍ତର ରଖିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories