www.samajalive.in
Monday, December 15, 2025
14.1 C
Bhubaneswar

ବୁଧବାର ରାଶିଫଳ (୨୪। ୬। ୨୦୨୦)

ମେଷ: ବିଭିନ୍ନ ସମସ୍ୟା ଥାଇମଧ୍ୟ କାର୍ଯ୍ୟରେ ସଫଳତା ଲାଭ କରିବେ। କୃଷିକ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେଇପାରନ୍ତି। ଯାନବାହନ ସୁଖ ପାଇବେ। ଭାଇଙ୍କ ମଧ୍ୟରେ ଗୁରୁତ୍ବ ପାଇବେ।

ବୃଷ: ମାମୁଲି କାର୍ଯ୍ୟରେ ବ୍ୟସ୍ତ ରହିବେ। ଲାଭବାନ୍‌ ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବ୍ୟବସାୟ ଭଲରେ ଚାଲିବ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହେବେ। ବିବାଦୀୟ ଘଟଣା ଓ ନିର୍ବାଚନରେ ବିଜୟୀ ହେବେ।

- Advertisement -

ମିଥୁନ: ସାଙ୍ଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ପାରନ୍ତି। ଅଭୀଷ୍ଟ ସିଦ୍ଧି ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା, ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ।

କର୍କଟ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ। କାର୍ଯ୍ୟରେ ସଫଳତା ମିଳିବ। ଅର୍ଥ ସଞ୍ଚୟ କରିବେ। ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ।

ସିଂହ: ବ୍ୟୟଭାର ଅଧିକ ହେବ। ପ୍ରାପ୍ୟ ପାଇବାକୁ ହେଲେ ଅପେକ୍ଷା କରିବାକୁ ପଡ଼ିବ। ଉପୁଜିଥିବା ସମସ୍ୟାକୁ ଦୂର କରିବାରେ ସକ୍ଷମ ହେବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମଧୁର କଥାରେ ଶତ୍ରୁକୁ ବଶ କରିପାରନ୍ତି।
କନ୍ୟା: ମାନ୍ୟତା ପ୍ରାପ୍ତ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ଭୋଗ-ବିଳାସ କରିପାରନ୍ତି। ଯାନବାହନ ସୁଖ ମିଳିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିମାନ୍‌ ହେବେ। ମନ ପ୍ରସନ୍ନ ରହିବ।
ତୁଳା: ଆୟ ଆଶାନୁରୂପ ହେବ। ସ୍ଥଗିତ କାର୍ଯ୍ୟକୁ ତ୍ବରାନ୍ବିତ କରିପାରନ୍ତି। ସପରିବାରେ ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ସତ୍‌ସଙ୍ଗୀ ହେବେ। ଶ୍ରମର ମୂଲ୍ୟାଙ୍କନ ହେବ। ସରକାରୀ ଅର୍ଥ ମିଳିପାରେ। ସଦ୍ଭାବନାଯୁକ୍ତ ହେବେ।

ବିଛା: ଯଶ୍ବସୀ ହେବେ। ମନ ପ୍ରଫୁଲ୍ଲ ରହିବ। ପାାରିବାରିକ ଶାନ୍ତି ଅବ୍ୟାହତ ରହିବ। ଆର୍ଥିକ ଲାଭର ସୂଚନା ମିଳୁଛି। ଆନନ୍ଦ-ଉଲ୍ଲାସରେ କାର୍ଯ୍ୟ ସଂପାଦନ କରିବେ। ପରାକ୍ରମଶାଳୀ ହେବେ। ବହୁ ପୋଷକ ହୋଇପାରନ୍ତି। କର୍ମତତ୍ପର ରହିବେ।

ଧନୁ: ଅଧିକ ଦାୟିତ୍ବପୂର୍ଣ୍ଣ କାର୍ଯ୍ୟ ହାତକୁ ଆସିବ। ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ପୂଜ୍ୟ-ପୂଜା ଉପରେ ଗୁରୁତ୍ବ ଦେବେ। ଚୌରଭୟ ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ନ କରିବା ଭଲ।

ମକର: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ଆଶା କରୁଥିବା ସୁବିଧା, ସୁଯୋଗ ହାସଲ କରିବାରେ ସକ୍ଷମ ହେବେ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ସାବ୍ୟସ୍ତ ହେବ।

କୁମ୍ଭ: ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ଯାଏ ବିଶ୍ରମ ନେବାର ପ୍ରଶ୍ନ ଉଠୁ ନାହିଁ। ଆନନ୍ଦ ଉତ୍ସବରେ ସମୟ ଅତିବାହିତ ହେବ। ବନ୍ଧୁ ସୁଖ ମିଳିବ। ଶତ୍ରୁ ଆପଣା ଛାଏଁ ଅପସରି ଯିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ରହିବେ।

ମୀନ: ନିଜର ଜ୍ଞାନ-ଗରିମା ପାଇଁ ମନରେ ସାମୟିକ ଭାବେ ଅହଂଭାବ ଉଦ୍ରେକ ହୋଇପାରେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦେବଦର୍ଶନର ସୌଭାଗ୍ୟ ଅଛି। ବାଣିଜ୍ୟ କାରବାର ବୃଦ୍ଧି ପାଇବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ସୁଖ ମିଳିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories