www.samajalive.in
Sunday, December 14, 2025
19.1 C
Bhubaneswar

ବିଜେପିରେ ଯୋଗଦେଲେ କଲଣ୍ଡା ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ୭ ୱାର୍ଡ ମେମ୍ବର

ଦେବଗଡ :ପବିତ୍ର ରଥଯାତ୍ରା ଅବସରରେ ଆଜି ତିଲେଇବଣି ବ୍ଲକ ଅନ୍ତର୍ଗତ କଲଣ୍ଡା ଗ୍ରାମପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ୭ ଜଣ ୱାର୍ଡ ମେମ୍ବର ଓ ଅନ୍ୟ କେତେକ ଯୁବକ ବିଜେପି ଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ଆଜି ଅପରାହ୍ନରେ ଦେବଗଡ ରାଜବାଟିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଲଣ୍ଡା କଲଣ୍ଡା ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ମାର୍କଣ୍ଡେୟ ନନ୍ଦ,ବୀଣା ପାତ୍ର,ଝିଲି ପାତ୍ର,ଦର୍ପଣୀ ଦଦରା ,ପରମେଶ୍ୱର ବାଘ,ରେବତୀ ଭୋଇ, ସଂଧ୍ୟାରାଣୀ ସାହୁ ପ୍ରମୁଖ ଅନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଥିଲେ। ସେମାନଙ୍କ ବ୍ୟତୀତ କଲଣ୍ଡା ପଂଚାୟତର ରାଜେଶ ପାତ୍ର, ସ୍ୱରାଜ ପାତ୍ର, ଭଞ୍ଜ ବାଘ ମଧ୍ୟ ବିଜେପିରେ ଯୋଗଦାନ କରିଥିଲେ। ସେମାନଙ୍କୁ ସମ୍ବଲପୁର ଲୋକସଭା ସଦସ୍ୟ ନିତେଶ ଗଙ୍ଗଦେବ ଦଳିୟ ଉତ୍ତରୀୟ ଏବଂ ଟୋପି ପ୍ରଦାନ ପୂର୍ବକ ଦଳକୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ସମ୍ବଲପୁର ଲୋକସଭା ସଦସ୍ୟ ଶ୍ରୀ ଗଙ୍ଗଦେବଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ,ବିଜେପି କର୍ମୀ ଦିଲ୍ଲିପ ଗଙ୍ଗଦେବ,ବିରଞ୍ଚି ନାରାୟଣ ନନ୍ଦ, ସୁନୀଲ କୁମାର ବର୍ମା ଓ ମୁନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories