www.samajalive.in
Sunday, December 14, 2025
17.1 C
Bhubaneswar

ଆଇଏନ୍‍ଏଫ୍‍ ଚୁକ୍ତିରୁ ଓହରିବ ରୁଷ୍‍

ନୂଆଦିଲ୍ଲୀ: ଶୀତଳ ଯୁଦ୍ଧ ସମୟରେ ଆମେରିକା ସହିତ ହୋଇଥିବା ଏକ ପ୍ରମୁଖ ଚୁକ୍ତିରୁ ଓହରିଯିବା ପାଇଁ ରୁଷ ନିଷ୍ପତ୍ତି ନେଇଛି। କ୍ରେମ୍‍ଲିନ୍‍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୯୮୭ ମସିହାରେ ସୋଭିଏତ୍‍ ୟୁନିୟନ୍‍ ଏବଂ ଆମେରିକା ମଧ୍ୟରେ ମଧ୍ୟମ ଦୂରଗାମୀ ପରମାଣୁ ଶକ୍ତିର ବ୍ୟବହାରକୁ ନେଇ ହୋଇଥିବା ଆଇଏନ୍‍ଏଫ୍‍ ଚୁକ୍ତିରୁ ରୁଷ୍‍ ଓହରିଯିବା ସଂକ୍ରାନ୍ତ ଆଦେଶରେ ରାଷ୍ଟ୍ରପତି ଭ୍ଲାଡିମିର୍‍ ପୁତିନ୍‍ ସ୍ୱାକ୍ଷର କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଜିନାମାରେ ଥିବା ସର୍ତ୍ତକୁ ଲଂଘନ କରିଥିବା ପରିପ୍ରେକ୍ଷୀରେ ରୁଷ୍‍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବାରଣ ସତ୍ୱେ ମସ୍କୋ ଏବଂ ୱାଶିଂଟନ୍‍ ପରସ୍ପରକୁ ଏହି ଆଇଏନ୍‍ଏଫ୍‍ ଚୁକ୍ତିର ଲ୍ଲଂଘନ କରୁଥିବା ଅଭିଯୋଗ କରିଆସୁଛନ୍ତି। ତେବେ ଗତ ଫେବୃଆରୀ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ୍‍ କହିଥିଲେ ଯେ ୬ ମାସ ମଧ୍ୟରେ ଏହି ଚୁକ୍ତିରୁ ଓହରିବା ପାଇଁ ଆମେରିକା ପଦକ୍ଷେପ ନେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories