www.samajalive.in
Sunday, December 14, 2025
19.1 C
Bhubaneswar

ଆତଙ୍କବାଦ ଦମନ ପାଇଁ ବିଶ୍ୱ ଆଗେଇ ଆସିବା ଆବଶ୍ୟକ – ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ପୁଲୁୱାମା ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଷଢ଼ଯନ୍ତ୍ର କରିଥିଲେ ଓ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଥିବା ଦେଶ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ବୋଲି ନୌସେନା ମୁଖ୍ୟ ସୁନୀଲ ଲାମ୍ବା କହିଛନ୍ତି। ନୂଆଦିଲ୍ଲୀରେ ଭାରତ-ପ୍ରଶାନ୍ତମହାସାଗରୀୟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେଇଥିବା ପ୍ରତିରକ୍ଷା କ୍ଷେତ୍ରର ବିଶ୍ୱସ୍ତରୀୟ ବିଶେଷଜ୍ଞ ଓ କୂଟନୀତିଜ୍ଞମାନଙ୍କୁ ଉଦ୍‍ବୋଧନ ଦେଇ ଆଡମିରାଲ ଲାମ୍ବା କହିଛନ୍ତି ଯେ ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ଆତଙ୍କବାଦ ମୁଣ୍ଡ ଟେକିଛି ଏବଂ ଅଧିକାଂଶ ଦେଶ ଆତଙ୍କବାଦର ଶିକାର ହୋଇଛନ୍ତି। ବର୍ତ୍ତମାନ ଆତଙ୍କବାଦ ବିଶ୍ୱସ୍ତରକୁ ବ୍ୟାପିଛି ଫଳରେ ଆତଙ୍କବାଦର ବିପଦ ଆହୁରି ଘନେଇଛି। ଆତଙ୍କବାଦର ସମ୍ପୂର୍ଣ ଦମନ ପାଇଁ ବିଶ୍ୱ ଏକ ହୋଇ ପଦକ୍ଷେପ ନେବା ଆବଶ୍ୟକ ବୋଲି ନୌସେନା ମୁଖ୍ୟ କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories