ମୁମ୍ବଇ : ପୁଅ ରଣବୀର କପୁରଙ୍କ ଲୋକପ୍ରିୟତା ସହ ତାଳ ଦେଇ ଚାଲୁଛନ୍ତି ବାପା ଋଷି କପୁର। ବାପ-ପୁଅ ଦୁହିଁଙ୍କୁ କ୍ରମାଗତ ନୂତନ ଅଫର୍ମାନ ଆସୁଛି। ନିକଟରେ ଋଷି କପୁର ଏକ ସାକ୍ଷାତକାରରେ କହିଛନ୍ତି ୨୨ ବର୍ଷ ପରେ ସେ ତାଙ୍କ ପ୍ରିୟ ଅଭିନେତ୍ରୀ ଜୁହି ଚାୱଲାଙ୍କ ସହ ଅଭିନୟ କରିବାର ସୁଯୋଗ ପାଉଛନ୍ତି। ୯୦ ଦଶକର ହିଟ୍ ଯୋଡ଼ି ଭାବେ ଜଣାଯାଉଥିବା ଋଷି-ଜୁହି ଶେଷଥର ପାଇଁ ‘ଦରାର୍’ରେ ଏକତ୍ର କାମ କରିଥିଲେ। ଏହା ପୂର୍ବରୁ ପ୍ରଶଂସକଙ୍କୁ ଦୁହେଁ ‘ବୋଲ୍ ରାଧା ବୋଲ୍’, ‘ରିସ୍ତା ହୋ ତୋ ଐସା’, ‘ଘର କି ଇଜ୍ଜତ’, ‘ସାଜନ୍ କା ଘର’ ପରି ଚଳଚ୍ଚିତ୍ର ଭେଟି ଦେଇଥିଲେ। ଜୁହି କହିଛନ୍ତି, ଋଷି କପୁରଙ୍କ ସହ କାମ କରିବାକୁ ନେଇ ସେ ଖୁବ୍ ଉତ୍ସାହିତ। ତେବେ ଆଜିକାଲି ଋଷି ସାଧାରଣ କଥାରେ ଚିଡ଼ଚିଡ଼ା ହୋଇଯାଉଛନ୍ତି, ଏକଥା ସେ ଶୁଣିବାକୁ ପାଇଛନ୍ତି। ଏଣୁ ୨୨ ବର୍ଷ ପରେ ଋଷିଙ୍କ ହାବଭାବ କିପରି ରହିବ, ତାହା ଦେଖିବାକୁ ଜୁହି ବ୍ୟଗ୍ର ଭାବେ ଅପେକ୍ଷା କରିଛନ୍ତି। ଋଷି ନିର୍ଦେଶକ ଓ ପ୍ରଯୋଜକଙ୍କୁ କଡ଼ା ଭାବେ ଶୁଣାଇ ଦେଇଛନ୍ତି ଯେ ଚଳଚ୍ଚିତ୍ରର ସମସ୍ତ ସୁଟିଂ ଯେପରି ମୁମ୍ବଇରେ ହେବ। କାରଣ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଜିକାଲି ସେ ବିମାନ ଯାତ୍ରା କରିବେ ନାହିଁ।
Popular Categories



