www.samajalive.in
Monday, December 15, 2025
15.1 C
Bhubaneswar

“ଗ୍ରେଟ ୱାଲ ଅଫ ଚାଇନା’ କେଉଁଠି?

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ପଶ୍ଚିମ ଦେଶ ସହ ତୁଳନା କରିଥାନ୍ତି ଏକାଧିକ ଲୋକ। ପଶ୍ଚିମ ଦେଶର ଶିକ୍ଷା ବ୍ୟବସ୍ଥା କୁଆଡ଼େ ଭାରତଠାରୁ ବେଶ୍‍ ଉନ୍ନତ ଏଭଳି ମଧ୍ୟ ଶୁଣିବାକୁ ମିଳେ। ତୁର୍କୀର ଏକ ରିଆଲିଟି ଟିଭି ସୋରେ ଉପରୋକ୍ତ ଯୁକ୍ତିର ବାସ୍ତବତାକୁ ପଦାରେ ପକାଇ ଦେଇଛି।
ଭାରତର ଲୋକପ୍ରିୟ ରିଆଲିଟି ସୋ “କୌନ ବନେଗା କରୋଡ଼ ପତି’ ସମତୁଲ୍ୟ ତୁର୍କୀରେ ମଧ୍ୟ “ହୁ ୱାନ୍ଟ ଟୁ ବି ଏ ମିଲିୟନାର’ ନାମକ ଏକ ରିଆଲିଟି ସୋ ଅନୁଷ୍ଠିତ ହୋଇଥାଏ। ନିକଟରେ ଏହି ଟିଭି କାର୍ଯ୍ୟକ୍ରମରେ କୋଟିପତି ହେବା ଆଶା ନେଇ ଆସିଥିଲେ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିବା ସୁ ଆଏହାନ(୨୬)। ଏକ ନିର୍ଦିଷ୍ଟ ପର୍ଯ୍ୟାୟ ପର୍ଯ୍ୟନ୍ତ ଜିତିବା ପରେ ଆଏହାନଙ୍କୁ ପଚରା ଯାଇଥିଲା “ଗ୍ରେଟ ୱାଲ ଅଫ ଚାଇନା’ କେଉଁଠି ଅବସ୍ଥିତ। ଏହି ପ୍ରଶ୍ନ ପାଇଁ ଆଏହାନଙ୍କୁ ଦିଆଯାଇ ଥିଲା ୪ଟି ବିକଳ୍ପ। ଉକ୍ତ ବିକଳ୍ପ ମଧ୍ୟରେ ଭାରତ, ଚୀନ, ଜାପାନ ଓ କୋରିଆ ଥିଲା। ଏଭଳି ଉତ୍ତର ଦେବାକୁ ଅସମର୍ଥ ହେବାରୁ ଆଏହାନ ପ୍ରଥମେ “ଅଡିଏନ୍ସ ପୋଲ’ ନାମକ ଲାଇଫ ଲାଇନର ବ୍ୟବହାର କରିଥିଲେ। ଏଥିରେ ୫୧ପ୍ରତିଶତ ଦର୍ଶକ ଗ୍ରେଟ ୱାଲ ଚୀନରେ ଅବସ୍ଥିତ ବୋଲି ଉତ୍ତର ଦେଇଥିଲେ। ତେବେ ଆଏହାନଙ୍କ ମନରେ “ଗ୍ରେଟ ୱାଲ ଅଫ ଚାଇନା’ ଭାରତରେ ଅବସ୍ଥିତ ବୋଲି ସନ୍ଦେହ ହେବାରୁ ପୁଣି ଥରେ ସେ ଆଉ ଏକ ଲାଇଫ ଲାଇନ “ଫୋନ ଏ ଫ୍ରେଣ୍ଡ’ର ବ୍ୟବହାର କରିଥିଲେ। ତେବେ ବନ୍ଧୁ ମଧ୍ୟ ଗ୍ରେଟ ୱାଲ ଅଫ ଚାଇନା ଚୀନରେ ଅବସ୍ଥିତ କହିବାରୁ ଶେଷରେ ଆଏହାନ ଚୀନ ବୋଲି ପ୍ରଶ୍ନର ଉତ୍ତର ଦେଇଥିଲେ। ଅବଶ୍ୟ ପରବର୍ତ୍ତୀ ପ୍ରଶ୍ନରେ ଆଏହାନ ଏହି ପ୍ରତିଯୋଗିତାରେ ପରାଜିତ ହୋଇଥିଲେ।
ଏଭଳି ଘଟଣା ତୁର୍କୀ ପରି ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆକୁ ଚଳଚଞ୍ଚଳ କରିଦେଇଛି। ଅର୍ଥ ଶାସ୍ତ୍ରରେ ସ୍ନାତକ କରିଥିବା ଜଣେ ଯୁବତୀ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ତାଲିକାରେ ଥିବା ଗ୍ରେଟ ୱାଲ ଅଫ ଚାଇନା ସମ୍ପର୍କରେ ଅନଭିଜ୍ଞ ଥିବା ଉକ୍ତ ଦେଶର ଶିକ୍ଷା ବ୍ୟବସ୍ଥାର ମାନଦଣ୍ଡକୁ ପ୍ରମାଣିତ କରୁଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories