BSKY banner  750×100

ଆମେରିକାର କଟକଣା, ଆଶଙ୍କାରେ ଭାରତ-ରୁଷ ସାମରିକ ରାଜିନାମା !

nua o banner
0

ନୂଆଦିଲ୍ଲୀ : ରୁଷ୍‌ର ସାମରିକ ରପ୍ତାନି ଉପରେ ଆମେରିକା ଅଙ୍କୁଶ ଲଗାଇଛି। ଅଙ୍କୁଶ ଅନୁଯାୟୀ ରୁଷଠାରୁ କୌଣସି ଦେଶ ପ୍ରତିରକ୍ଷା ସାମଗ୍ରୀ ଓ ଯୁଦ୍ଧାସ୍ତ୍ର ଆମଦାନି କରିପାରିବେ ନାହିଁ। ଅଗଷ୍ଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱାକ୍ଷର କରିଥିବା ଆଇନ ଅନୁଯାୟୀ ଯେଉଁ ଦେଶ ରୁଷ୍‌ ଠାରୁ ପ୍ରତିରକ୍ଷା କିମ୍ବା ଗୁଇନ୍ଦା ସାମଗ୍ରୀ ଆମଦାନି କରିବ ସେହି ଦେଶ ଆମେରିକାର କଟକଣାର ସମ୍ମୁଖୀନ ହେବ। ଆମେରିକାର ଏହି କଟକଣା ଦ୍ୱାରା ଭାରତ-ରୁଷ୍‌ ମଧ୍ୟରେ ସ୍ୱାକ୍ଷର ହୋଇଥିବା ୬୦୦କୋଟି ଡଲାରର ସାମରିକ ଚୁକ୍ତି ପ୍ରଭାବିତ ହେବ। ରୁଷ୍‌ ଠାରୁ ୫ଟି ଏସ-୪୦୦ ଦୂରଗାମୀ କ୍ଷେପଣାସ୍ତ୍ର କିଣିବା ଲାଗି ଭାରତ ଚୁକ୍ତି କରିଥିଲା। ଆକାଶ ମାର୍ଗରୁ ଆକାଶକୁ ଏହି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ। ଆମେରିକା ଓ ରୁଷ୍‌ ମଧ୍ୟରେ ଲାଗିଥିବା ଶୀତଳ ଯୁଦ୍ଧରେ ଏବେ ଭାରତ ବଳି ପଡିଛି। ୟୁକ୍ରେନର କ୍ରିମିଆକୁ ଦଖଲ କରିବା, ସିରିଆ ସରକାରକୁ ସହଯୋଗ ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ରୁଷ୍‌-ଆମେରିକା ମଧ୍ୟରେ ବିବାଦ ଥିବାବେଳେ ଆମେରିକା ଏପରି କଟକଣା ଲାଗୁ କରିଛି।

Leave A Reply