www.samajalive.in
Sunday, December 7, 2025
23.1 C
Bhubaneswar

ମାନବିକତାକୁ କୁଠାରାଘାତ-କରୋନା ଆକ୍ରାନ୍ତଙ୍କ ଘରୁ ଚୋରି

ରୁପ୍ରାରୋଡ଼: ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ଼ ବସ୍ତିର ଏଲଆଇସି ଏଜେଣ୍ଟ ରତନ କୁମାର ଅଗ୍ରୱାଲଙ୍କ ଘରୁ ଚୋରି ହୋଇଥିବା ନେଇ ନର୍ଲା ଥାନାରେ ଅଭିଯୋଗ ହୋଇଛି। ରତନ ଅଗ୍ରୱାଲ ତାଙ୍କ ପତ୍ନୀ ଓ ଶିଶୁଙ୍କୁ ନେଇ କୋଭିଡ୍‌ ଚିକିତ୍ସା ପାଇଁ ଗତ ୧୫ ଦିନ ତଳୁ ବିଶାଖାପଟନମ ଯାଇଛନ୍ତି। ଅବଶ୍ୟ ରତନ ଅଗ୍ରୱାଲ କୋଭିଡ୍‌ରୁ ସୁସ୍ଥ ହୋଇ ସାରିଲେଣି। ବର୍ତ୍ତମାନ ତାଙ୍କର ଦୁଇ ସନ୍ତାନ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ରତନଙ୍କ ପରିବାର ଘରେ ତାଲା ମାରି ଚିକିତ୍ସା ପାଇଁ ଯାଇଥିବାରୁ ଦୀର୍ଘ ୧୫ ଦିନରୁ ଊର୍ଦ୍ଧ୍ବ ହୋଇଗଲାଣି ଘର ବନ୍ଦ ହୋଇ ପଡ଼ିରହିଛି। ଏହାର ସୁଯୋଗ ନେଇ ଗତ ୩ ଦିନ ତଳେ ତାଙ୍କ ଘରେ ଦୁର୍ବୃତ୍ତ ପଶି କଳା କନା ବୁଲାଇଥିବା ଦେଖିବାକୁ ମିଳିଛି। ତାଙ୍କ ଦାଦା ପୁଅ ଭାଇ ସୁରେଶ ଅଗ୍ରୱାଲ ଚୋରି ହୋଇଥିବା ଶୁକ୍ରବାର ଦିନ ଜାଣି ପାରିଲେ। ସୁରେଶ ଅଗ୍ରୱାଲ ରତନଙ୍କ ଘର ପଛପଟେ ଶୋଉଥିବା ବେଳେ ରାତିରେ କିଛି ଶବ୍ଦ ହେବାରୁ ପାଚେରି ଦେଇ ଘର ଭିତରକୁ ଲକ୍ଷ୍ୟ କରିଥିଲେ। ହେଲେ ଘରର ଶିକୁଳି ଓ ତାଲା ଭାଙ୍ଗି ପଡ଼ିଥିବା ଦେଖି ସାହି ପଡ଼ିଶାଙ୍କୁ ଡାକି ଆଲୋଚନା କରିବା ପରେ ଗତକାଲି ନର୍ଲା ଥାନାରେ ରତନଙ୍କ ଘରେ ଚୋରି ହୋଇଥିବା ନେଇ ଏତଲା ଦେଇଥିଲେ।

ନର୍ଲା ଥାନା ଦାୟିତ୍ୱରେ ରହିଥିବା ଡିଏସପି ଅଭିଷେକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏସ୍ଆଇ ବଂଶୀଧର ସାମଲ ଓ ଥାନାର ଅନ୍ୟାନ୍ୟ କର୍ମଚାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାପଡ଼ିଛି। ଭବାନୀପାଟଣାରୁ ଫରେନସିକ ଦଳ ଆସି ପହଞ୍ଚି ସାରିଥିବା ବେଳେ ସନ୍ଧାନୀ କୁକୁରକୁ ଅଣାଯାଉଥିବା ଡିଏସପି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଅଧିକ ତଦନ୍ତ ପାଇଁ କେସିଙ୍ଗା ଏସଡିପିଓ ମଧ୍ୟ ରୁପ୍ରାରୋଡ଼ ଆସି ପହଞ୍ଚିଛନ୍ତି। ଘର ମାଲିକ ରତନ ଅଗ୍ରୱାଲଙ୍କୁ ଖବର କରାଯାଇଥିବା ବେଳେ ସେ ବିଶାଖାପାଟନମରୁ ଅଦ୍ୟାବଧି ରୁପ୍ରାରୋଡ଼କୁ ପହଞ୍ଚି ନାହାନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories