କାରରୁ ୧୦.୯ କୋଟି ମିଳିବା ଘଟଣା; ତଦନ୍ତ କରିବ ଇଓଡବ୍ଲ୍ୟୁ
ଭୁବନେଶ୍ବର : ଛତିଶଗଡରେ ଏକ କାର ଭିତରୁ ୧୦କୋଟି ୯୦ ଲକ୍ଷ ଟଙ୍କା ଜବତ ହେବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବ। ଓଡିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ତଦନ୍ତ କରିବ। କଟକ କିମ୍ବା ଭୁବନେଶ୍ବରରୁ ଏହି ଟଙ୍କା ଯାଉଥିବାରୁ ଓଡିଶାରେ ଏହାର ତଦନ୍ତ କରାଯିବ। ଓଡିଶା ପୁଲିସ ଛତିଶଗଡ ପୁଲିସକୁ ତଦନ୍ତରେ ସହଯୋଗ କରିବ ବୋଲି ଜଣାପଡିଛି। ଏ ସମ୍ପର୍କରେ ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଛତିଶଗଡର ଏକ କାରରେ ୧୦କୋଟି ୯୦ଲକ୍ଷ ଟଙ୍କା ଚାଲାଣ ହେଉଥିବା ବେଳେ ପୁଲିସ ତାହାକୁ ଜବତ କରିଥିଲା। ଟଙ୍କା ନେଇ ଯାଉଥିବା ୪ଜଣ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିଛି। କଟକର ଅବଧେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଏହି ଟଙ୍କା ଚାଲାଣ କରୁଥିବା ସୂଚନା ଦେଇଛନ୍ତି।