www.samajalive.in
Sunday, December 7, 2025
14.1 C
Bhubaneswar

ରୁଚି ବାଲିଯାତ୍ରା ଗ୍ରାହକ ଜିତିଲେ ଅର୍ଥରାଶି ସହ ଆକର୍ଷଣୀୟ ପୁରସ୍କାର

କଟକ : ରୁଚି ଉଦ୍ୟୋଗ ପକ୍ଷରୁ ବାଲିଯାତ୍ରା ଅଫର ଯୋଜନାରେ ବିଜେତାମାନଙ୍କୁ ଅର୍ଥ ଓ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଛି। ଉତ୍କଳ ସିଗ୍‍ନେଚର୍‍ସ୍ଥିତ ରୁଚିର କର୍ପୋରେଟ ଅଫିସଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରୁଚିର ନିର୍ଦେଶକ ଅରବିନ୍ଦ ସାହୁ ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥି ଭାବେ ନିର୍ଦେଶିକା ସଲିନା ସାହୁ, ଚଳଚ୍ଚିତ୍ର ଅଭିନେତ୍ରୀ ଲିପ୍‍ସା ମିଶ୍ର ଯୋଗଦେଇଥିଲେ। ରୁଚିର ପରିଚାଳନା ନିର୍ଦେଶକ ଡକ୍ଟର ଶରତ କୁମାର ସାହୁ ସମସ୍ତ ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରୁଚି ତା’ର ଗ୍ରାହକମାନଙ୍କ ଋଣ ଶୁଝିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଏଥିରେ କଟକ ନୂଆପଡ଼ାର ଅପର୍ଣ୍ଣା ପଣ୍ଡା ପ୍ରଥମ ପୁରସ୍କାର ବିଜୟିନୀ ହୋଇ ୨୫ ହଜାର ଟଙ୍କା, ଭୁବନେଶ୍ୱରର କୃଷ୍ଣାଙ୍ଗୀ ସେଠୀ ଦ୍ୱିତୀୟ ପୁରସ୍କାର ଭାବେ ୧୫ ହଜାର ଟଙ୍କା ଓ କଟକ ମହାନଦୀ ବିହାରର ଡାକ୍ତର ରମାକାନ୍ତ ମହାପାତ୍ରଙ୍କୁ ତୃତୀୟ ପୁରସ୍କାର ଭାବେ ୧୦ ହଜାର ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହିତ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ଜିତିଥିବା ଶହେ ଜଣଙ୍କ ମଧ୍ୟରୁ ଆଦିତ୍ୟ ମହାନ୍ତି, ସୁଜାତା ପାତ୍ର, ପୁଷ୍ପାଞ୍ଜଳି ବେହେରା, ତୃପ୍ତିରାଣୀ ଜେନା, ବିମଳା ସେଠୀ, ସୁରଭି ଆଚାର୍ଯ୍ୟ, ବର୍ଷା ପ୍ରିୟଦର୍ଶିନୀ ପାତ୍ର, ପ୍ରକାଶ ଚନ୍ଦ୍ର ପୃଷ୍ଟିଙ୍କୁ ଆକର୍ଷଣୀୟ ଡିନର ସେଟ୍‍ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉପପ୍ରବନ୍ଧକ ଆଲୋକ ଦାସ, ଅରକ୍ଷିତ ରଣା, ଶ୍ରୀକାନ୍ତ ବିଶ୍ୱାଳଙ୍କ ସମେତ ବିକ୍ରୟ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା।
ଆୟୋଜିତ କାର୍ଯ୍ୟକ୍ରମରେ ମାର୍କେଟିଂ ଜୋନାଲ ହେଡ୍ ଦିଲୀପ କୁମାର ସାହୁ, ମୁଖ୍ୟ ପ୍ରବନ୍ଧକ ବିଜୟ କୁମାର ସ୍ୱାଇଁ, ମୁଖ୍ୟ ପ୍ରବନ୍ଧକ ଦେବବ୍ରତ ପଟ୍ଟନାୟକ, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ ପ୍ରମୁଖ ଯୋଗଦେଇଥିଲେ। ହ୍ୱାଇଟ୍‍ କାନଭାସ୍‍ର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା ଓ ଶେଫାଳି ଉଦ୍‍ଗାତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ରୁଚି ପରିବାର ପକ୍ଷରୁ ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories