www.samajalive.in
Sunday, December 14, 2025
17.1 C
Bhubaneswar

ବାପା ମା’ଙ୍କୁ ଯିଏ ଭକ୍ତି କରେ ସେ ସବୁ କ୍ଷେତ୍ରରେ ସଫଳତା ପାଏ – ‘ସମାଜ’ ସମ୍ପାଦକ ନିରଞ୍ଜନ ରଥ

ଭୁବନେଶ୍ୱର: ରୁଚି ମସଲା ଉଦ୍ୟୋଗ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଦୁଇଜଣ ଗ୍ରାହକଙ୍କୁ ଦୁଇଟି ମାରୁତି ବଲେନୋ କାର୍ ଉପହାର ପ୍ରଦାନ କରାଯାଇଛି। ଏଥିସହିତ ଦୁଇଜଣ ଗ୍ରାହକଙ୍କୁ ଆକ୍ଟିଭା ସ୍କୁଟର ଏବଂ ୫ଜଣଙ୍କୁ ଏଲଇଡି ଟିଭି ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୫ରେ ରୁଚି ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଥିବାବେଳେ ଉଦ୍ୟୋଗ ପକ୍ଷରୁ ଗ୍ରାହକଙ୍କୁ ଫ୍ଲାଟ ଉପହାର ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି ବୋଲି ‘ରୁଚି’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଡ. ଶରତ ସାହୁ କହିଛନ୍ତି।

ଶନିବାର ରୁଚି ଉଦ୍ୟୋଗର କାର୍ଯ୍ୟକ୍ରମରେ ଅତିଥି ଭାବେ ‘ସମାଜ’ର ସମ୍ପାଦକ ତଥା ପ୍ରକାଶକ ନିରଞ୍ଜନ ରଥ ଯୋଗଦେଇ କହିଥିଲେ, ବାପା ମା’ଙ୍କୁ ଯିଏ ଭକ୍ତି କରେ ସେ ସବୁ କ୍ଷେତ୍ରରେ ସଫଳତା ପାଏ। ରୁଚିର ପ୍ରତିଷ୍ଠାତା ଶରତ ସାହୁ ବାପା ମା’ଙ୍କ ପ୍ରତି ରହିଥିବା ଭକ୍ତି ଯୋଗୁଁ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି କହିଥିଲେ। ଅନ୍ୟତମ ଅତିଥି ‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ସଫଳ ବ୍ୟକ୍ତିତ୍ବଙ୍କ ସଫଳତାର କାହାଣୀ ଅନ୍ୟଙ୍କୁ ବାଣ୍ଟିଲେ କୌଣସି କ୍ଷତି ହେବନାହିଁ। ରୁଚି ଆଜି ଶୀର୍ଷ ସ୍ତରରେ ପହଞ୍ଚି ଥିବାରୁ ସେ ଶୁଭେଚ୍ଛା ଜଣାଇଥିଲେ। ବିଭିନ୍ନ ମସଲା ଉପରେ ଦିଆଯାଇଥିବା ରିଆତି ଉପରେ ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର ଉପହାର ଜରିଆରେ ଏହି ପୁରସ୍କାର ଯୋଜନା ରଖାଯାଇଥିଲା।

- Advertisement -

ଜଗତସିଂହପୁର ଜିଲା କୁଜଙ୍ଗର ବିଜୟ ଦାସ ଓ ଯାଜପୁର ବଡ଼ଚଣା ବ୍ଲକର ବାଉଁଶପୁଟରେ ହୋଟେଲ କରିଥିବା ମନୋଜ ସାହୁ ପ୍ରଥମ ପୁରସ୍କାର ଭାବେ ପାଇଛନ୍ତି ଦୁଇଟି କାର। ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଶ୍ରୀ ପଟ୍ଟନାୟକ ଓ ‘ସମାଜ’ ସମ୍ପାଦକ ଶ୍ରୀ ରଥ ପ୍ରମୁଖ ପୁରସ୍କାର ପ୍ରଦାନ କରିଥିଲେ। ଦ୍ବିତୀୟ ପୁରସ୍କାର ଭାବେ ପଟ୍ଟାମୁଣ୍ଡାଇର ବିକାଶ ଦାଶ ଓ କାକଟପୁରର ଅଜୟ ସୁବୁଦ୍ଧିଙ୍କୁ ମିଳିଛି ହୋଣ୍ଡା ଆକ୍ଟିଭା। ତୃତୀୟ ପୁରସ୍କାର ଶିଖରପୁରର ଅଶୋକ ବିଶ୍ବାଳ, ଖୋର୍ଦ୍ଧା କଲୋନୀର ମୀରାରାଣୀ ରାଉତରାୟ, ଭୁବନେଶ୍ବର ପ୍ରତାପ ଚନ୍ଦ୍ର ରାଉଳ, ଖୋର୍ଦ୍ଧା ଗଙ୍ଗାଧରପୁରର ଜ୍ଞାନରଞ୍ଜନ ବେହେରା ଓ ଭଦ୍ରକ ଚରମ୍ପାର ନୌନିତ୍‌ ଲଖାନିଙ୍କୁ ଏଲଇଡ଼ି ଟିଭି ପୁରସ୍କାର ପ୍ରଦାନ କରାଯାଇଛି। ୧୦ ଜଣଙ୍କୁ ଫିଲିପ୍ସ ଏୟାର ଫାୟାର ଓ ୧୦ ଜଣଙ୍କୁ ମିକ୍ସଚର ଗ୍ରାଇଣ୍ଡର ପୁରସ୍କାର ପ୍ରଦାନ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories