www.samajalive.in
Sunday, December 14, 2025
26.1 C
Bhubaneswar

ମହିଳା ପ୍ରିମିୟର ଲିଗ୍‌, ଆଜି ଫାଇନାଲ

ମୁମ୍ବଇ: ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ) ପ୍ରଥମ ସଂସ୍କରଣର ମେଗା ଫାଇନାଲ ମ୍ୟାଚ ରବିବାର ବାର୍ବୋର୍ଣ୍ଣ ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ଖେଳାଯିବ। ପ୍ରଥମ ଟ୍ରଫି ହାସଲ କରିବା ନେଇ ହରମନପ୍ରୀତ କୌର ଓ ମେଗ୍‌ ଲାନିଙ୍ଗ ଲଢେଇରେ ଅବତ୍ତୀର୍ଣ୍ଣ ହେବେ। ଦିଲ୍ଲୀ କ୍ୟାପିଟାଲ୍‌ସ ସିଧାସଳଖ ଟେବୁଲର ଶୀର୍ଷ ସ୍ଥାନ ହାସଲ କରି ଫାଇନାଲରେ ପହଞ୍ଚିଥିବା ବେଳେ ମୁମ୍ବଇ ଇଣ୍ଡିଆନ୍‌ସ ଏଲିମିନେଟର ମ୍ୟାଚରେ ୟୁପି ୱାରିୟର୍ଜସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।

ହରମନପ୍ରୀତ କୌରଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ଲିଗ୍‌ ପର୍ଯ୍ୟାୟରେ ୮ଟି ମ୍ୟାଚରୁ ୬ଟି ବିଜୟ ଓ ୨ଟି ପରାଜୟ ସହ ୧୨ ପଏଣ୍ଟ ସହ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିଲା। ଏଲିମିନେଟର ମ୍ୟାଚରେ ୟୁପି ୱାରିୟର୍ଜସକୁ ୭୨ରନରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ବ୍ୟାଟିଂରେ ନାଟ୍‌ ସ୍କିଭର ବ୍ରଣ୍ଟ ୨୭୨ରନ କରିଥିବାବେଳେଳ ହେଲ୍‌ଲି ମାଥ୍ୟୁସ ୨୫୮, ଅଧିନାୟିକା ହରମନପ୍ରୀତ କୌର ୨୪୪, ୟାସ୍ତିକା ଭାଟିଆ ୨୧୦, ଆମେଲି କେର୍‌ ୧୩୫ରନ କରିଛନ୍ତି। ବ୍ରଣ୍ଟ ଏଲିମିନେଟର ମ୍ୟାଚରେ ୟୁପି ୱାରିୟର୍ଜସ ବିପକ୍ଷରେ ଚମତ୍କାର ୭୨ରନର ଇନିଂସ ଖେଳିଥିଲେ। ବୋଲିଂରେ ଇଂଲଣ୍ଡର ୨୦ ବର୍ଷୀୟା ଦ୍ରୁତ ବୋଲର ଇସି ୱଙ୍ଗ ୟୁପି ୱାରିୟଜର୍ସ ବିପକ୍ଷରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଏହା ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ)ରେ ପ୍ରଥମ ହ୍ୟାଟ୍ରିକ୍‌। ଅନ୍ୟମାନଙ୍କ ମଧ୍ୟରେ ସାଇକା ଇସାକ୍‌ ୧୫ଟି, ହେଲ୍‌ଲି ମାଥ୍ୟୁସ ୧୩ଟି,କିମ୍‌ ଗ୍ରେଥ୍‌ ୧୨ଟି ୱିକେଟ ନେଇଛନ୍ତି। ହରମନପ୍ରୀତ, ମାଥ୍ୟୁସ, ବ୍ରଣ୍ଟ, ୟାସ୍ତିକା ଭାଟିଆଙ୍କ ଉପରେ ବ୍ୟାଟିଂ ଭାର ରହିଥିବାବେଳେ ବୋଲିଂରେ ୱଙ୍ଗ, ଇସାକ୍‌, ମାଥ୍ୟୁସ, କେର୍‌, କିମ୍‌ ଗ୍ରେଥ ପ୍ରମୁଖ ଦାୟିତ୍ବ ତୁଲାଇବେ। ସେହିପରି ଅଷ୍ଟ୍ରେଲୀୟ ଖେଳାଳି ମେଗ୍‌ ଲାନିଙ୍ଗଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ଲିଗ୍‌ ପର୍ଯ୍ୟାୟରେ ୮ଟି ମ୍ୟାଚରୁ ୬ଟି ବିଜୟ ଓ ୨ଟି ପରାଜୟ ସହ ୧୨ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ସହ ସିଧାସଳଖ ଫାଇନାଲରେ ପହଞ୍ଚିଥିଲା। ଦିଲ୍ଲୀ କ୍ୟାପିଟାଲ୍‌ସ ପକ୍ଷରୁ ଅଧିନାୟିକା ମେଗ୍‌ ଲାନିଙ୍ଗ ୮ଟି ମ୍ୟାଚରୁ ୨ଟି ଅର୍ଦ୍ଧଶତକ ସହ ସର୍ବାଧିକ ୩୧୦ରନ କରିଛନ୍ତି। ଭାରତୀୟ ଓପନର ଶେଫାଳି ବର୍ମା ୨୪୧, ଏ କାପ୍‌ସେ ୧୫୯, ମାରିଜାନେ କାପ୍‌ ୧୫୯ରନ କରିଛନ୍ତି। ବୋଲିଂରେ ଶିଖା ପାଣ୍ଡେ ୧୦ଟି, ମାରିଜାନେ କାପ୍‌ ୯, ଜେ ୟାନସେନ ୮ଟି, ଆମେରିକୀୟ ଦ୍ରୁତ ବୋଲର ତାରା ନୋରିସ ୮ଟି ୱିକେଟ ନେଇଛନ୍ତି। ବ୍ୟାଟିଂରେ ଲାନିଙ୍ଗ, ଶେଫାଳି ଓ କାପ୍‌ ଚମତ୍କାର ଫର୍ମରେ ରହିଛନ୍ତି। ଯାହା ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ଚିନ୍ତାର ବିଷୟ ପାଲଟିପାରେ। ଉଭୟ ଦଳ ଲିଗ୍‌ ପର୍ଯ୍ୟାୟରେ ଦୁଇଥର ମୁହଁାମୁହିଁ ହୋଇଛନ୍ତି। ପ୍ରଥମ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ ସହଜରେ ୮ ୱିକେଟରେ ଜିତିଥିବା ବେଳେ ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ୯ ୱିକେଟରେ ଜିିତିଥିଲା। ଉଭୟ ଦଳ ସମାନ ସ୍ଥିତିରେ ଥିବାରୁ ମ୍ୟାଚର ପୂର୍ବାନୁମାନ କରିବା କଷ୍ଟକର ହୋଇପଡିଛି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories