ଡେସ୍କ: ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଭୁବନେଶ୍ୱର ମହିଳା ଥାନା ପୁଲିସ ଗିରଫ କରିଛି। ଧାବିକା ଦୂତୀ ଚାନ୍ଦଙ୍କ ଏତଲା ଆଧାରରେ ଏହି ଗିରଫଦାରୀ ହୋଇଥିବା ଭୁବନେଶ୍ୱର ଜୋନ-୧ ଏସିପି କହିଛନ୍ତି। ଦୂତୀ ଚାନ୍ଦ ୨ ବର୍ଷ ତଳେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୁଦ୍ଧରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦାୟର କରିଥିଲେ। ଅଲିମ୍ପିକସରେ ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଦୂତୀ ପ୍ରଦୀପଙ୍କ ସମେତ ଅନ୍ୟ କେତେ ଜଣଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ।
ତେବେ ଗତ ଅଗଷ୍ଟ ମାସରେ ଏହି ମାମଲାରେ ପୁଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ଦୂତୀ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ଏହି ଘଟଣାରେ ମହିଳା ଥାନା ପୁଲିସ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଅଟକ ରଖି ପଚରାଉଚୁରା କରିବା ପରେ ଗିରଫ କରିଛି।



