‘ସ୍ୱର୍ଣ୍ଣିମ ବିଜୟ ଯାତ୍ରା’ରେ ଭାରତୀୟ ନୌବାହିନୀ

ଭୁବନେଶ୍ୱର: ବାଂଲାଦେଶ ଯୁଦ୍ଧ ବିଜୟର ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଭାରତୀୟ ନୌସେନା ଦଳ ଚଳିତ ନଭେମ୍ବର ୧୬ରୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଏକ ସ୍ମରଣୀୟ ମୋଟରସାଇକେଲ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନର ଶୀର୍ଷକ ରଖାଯାଇଛି ‘ସ୍ୱର୍ଣ୍ଣିମ ବିଜୟ ଯାତ୍ରା’ ଅଥବା ‘ଗୋଲ୍‍ଡେନ ଭିକ୍ଟରି ରାଇଡ’ । ଏହା ୭୫ ବର୍ଷର ସ୍ୱତନ୍ତ୍ରତାର ଭାରତ, ଆଜାଦି କା ଅମୃତ ମହୋତ୍ସବ) ଓ ୧୯୭୧ ରେ ଜୟଲାଭ କରିଥିବା ୫୦ ବର୍ଷ (ସ୍ୱର୍ଣ୍ଣିମ ବିଜୟ) ପାଳନର ଅଂଶବିଶେଷ ଭାବରେ ଆୟୋଜନ କରାଯାଉଛି ।
ଓଡ଼ିଶାର ଆଇଏନଏସ ଚିଲିକା ଓ ରୟାଲ ଏନଫିଲ୍ଡ ଏହି ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ସହିତଏଥିପାଇଁ ୧୦ଟି ରୟାଲ ଏନଫିଲ୍ଡ ମେଟୋର ୩୫୦ ସହିତ ସମୁଦାୟ ଯାତ୍ରାପଥରେ ସର୍ଭିସ ସମର୍ଥନ ଯୋଗାଇଦେଇ ଏହି ପ୍ରୟାସରେ ସହଯୋଗ କରୁଛି । ନୌସେନା ଦଳ ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ମୋଟ ୫୦୭୫ କିଲୋମିଟର ପଥ ଯାତ୍ରା କରିବେ ଏବଂ ବାଟରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଇ ନୌସେନା ସମ୍ପର୍କରେ ଉତ୍ତର ପୂର୍ବାଞ୍ଚଳର ଯୁବବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ ଏବଂ ସେମାନଙ୍କୁ ଉତ୍ସାହିତ କରିବେ । ଚିଲିକାରୁ ଅଭିଯାତ୍ରୀ ଦଳ ବାଲେଶ୍ୱର, ଡୁମକା, ସିଲିଗୁଡି, ଗୁଆହାଟି, ଶିଲଂ, ସିଲଚର, ଇମ୍ଫାଲ, କୋହିମା ଦେଇ ପୁଣି ଗୁଆହାଟି, ବର୍ଦମାନ ଏବଂ ଶେଷରେ ବାଲେଶ୍ୱରରେ ଯାତ୍ରା ଶେଷକରିବେ ।

Comments are closed.