www.samajalive.in
Sunday, December 7, 2025
18.1 C
Bhubaneswar

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୧୬ତମ ବୋର୍ଡ ବୈଠକ: ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ସ୍ଥିତି ପରଖିଲେ ରାଜ୍ୟ ଉନ୍ନୟନ କମିଶନର

ରାଉରକେଲା: ରାଉରକେଲା ସ୍ମାର୍ଟ୍ ସିଟି ଲିମିଟେଡର ୧୬ତମ ବୋର୍ଡ ଅଫ୍ ଡାଇରେକ୍ଟରଙ୍କ ବୈଠକ ଆଜି ରାଉରକେଲା ମହାନଗର ନିଗମ କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ଅଧ୍ୟକ୍ଷ, ତଥା ରାଜ୍ୟ ଉନ୍ନୟନ କମିଶନର ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଅଧ୍ୟକ୍ଷତା କରିଥିଲେ ।
ଏହି ବୈଠକ ପ୍ରାରମ୍ଭରେ ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର କାର୍ୟ୍ୟସୂଚୀ ସଂପର୍କରେ ଅବଗତ କରାଇଥିଲେ। ବୈଠକରେ ମୁଖ୍ୟତଃ ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ୟ୍ୟକାରିତା ସଂପର୍କରେ ଆଲୋଚନା ହେବା ସହ ନୂତନ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଥିଲା। ଏଥିସହ ବର୍ତ୍ତମାନ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର କାର୍ୟ୍ୟକାରିତା ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା।
ଏହି ବୈଠକରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନନ୍, ରାଜ୍ୟ ଶ୍ରମ ବିଭାଗ ପ୍ରମୁଖ ସଚିବ ଶ୍ରୀମତି ଚିତ୍ରା ଅରୁମୁଗମ୍, ରାଜ୍ୟ ହସ୍ତତନ୍ତ ବିଭାଗ ସଚିବ ଶୁଭା ଶର୍ମା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାର ମିଶନ ନିର୍ଦ୍ଦେଶିକା ଶାଳିନି ପଣ୍ଡିତ୍, କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟର ଅନୁସଚିବ କଲ୍ୟାଣ କୁମାର ଆଚାର୍ୟ୍ୟ ପ୍ରମୁଖ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକରେ ଯୋଗଦେଇଥିବା ବେଳେ ସୁନ୍ଦରଗଡ଼ ଜିଲାପାଳ ନିଖିଲ ପୱନ କଲ୍ୟାଣ ରାଉରକେଲା ମହାନଗର ନିଗମରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ରହି ବୈଠକରେ ଅଂଶଗ୍ରହଣ କରିଥିଲେ। ସେହିପରି ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପର ସ୍ୱାଧୀନ ନିର୍ଦ୍ଦେଶକ କଲ୍ୟାଣି ମିଶ୍ର, ଭଗବାନ ପତି ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ବୈଠକରେ ଯୋଗଦେଇଥିବା ବେଳେ ଏ.କେ. ଟିବରୱାଲ୍ ରାଉରକେଲା ମହାନଗର ନିଗମରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ରହି ବୈଠକରେ ଅଂଶଗ୍ରହଣ କରିଥିଲେ। ଏଥିସହ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ମହାପ୍ରବନ୍ଧକ ମିନକେତନ ସାହୁ, ସଞ୍ଜୟ କୁମାର ନନ୍ଦ, ମୁଖ୍ୟ ବିତ୍ତ ଅଧିକାରୀ ୟୁ.ପି.ସି. ପାତ୍ର ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ବୈଠକ ପୂର୍ବରୁ ରାଉରକେଲାରେ ପହଁଚିଥିବା ରାଜ୍ୟ ଉନ୍ନୟନ କମିଶନର ଶ୍ରୀ ଜେନା ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପ ଅଧିନରେ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ କାର୍ୟ୍ୟର ସମୀକ୍ଷା କରିଥିଲେ। ପ୍ରଥମେ ବିଜୁ ପଟ୍ଟନାୟକ ଇନ୍ ଡୋର୍ ଷ୍ଟାଡିୟମ ବୁଲି ଦେଖିବା ସହ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ଏହା ପରେ ସେ ରାଉରକେଲା ୱାନ୍ ପ୍ରକଳ୍ପ, ଡିଏଭି ପୋଖରୀ ଉନ୍ନତିକରଣ ପ୍ରକଳ୍ପ, ଛେଣ୍ଡ ଭି.ଏସ୍.ଏସ୍ ମାର୍କେଟ ନିକଟ ସ୍ମାର୍ଟ ହାଟ ପ୍ରକଳ୍ପ, ବିର୍ସା ମୁଣ୍ଡା ଷ୍ଟାଡିୟମ ଆଦି ପ୍ରକଳ୍ପ ବୁଲି ଦେଖିଥିଲେ। ଏଥିସହ ସେ ବାଲୁଘାଟ ଠାରେ ଥିବା ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ଫେକାଲ୍ ସ୍ଲଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରକଳ୍ପର କାର୍ୟ୍ୟକାରିତାକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଫେକାଲ୍ ସ୍ଲଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା ଭାର ନେଇଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହ ମଧ୍ୟ ଶ୍ରୀ ଜେନା ଆଲୋଚନା କରିଥିଲେ। ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସମୟରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ପ୍ରତ୍ୟେକଟି ପ୍ରକଳ୍ପ ଏବଂ ଏହାର କାର୍ୟ୍ୟକାରିତା ତଥା ଅଗ୍ରଗତି ସଂପର୍କରେ ଶ୍ରୀ ଜେନାଙ୍କୁ ବିଷଦ ଭାବେ ତଥ୍ୟ ପ୍ରଦାନ କରିଥିଲେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories