www.samajalive.in
Tuesday, December 9, 2025
23.1 C
Bhubaneswar

ତିନିଥର ମିଷ୍ଟର ଓଡ଼ିଶା ସନ୍ତୋଷଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ରାଉରକେଲା: ଓଡ଼ିଶାର ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାର ତିନିଥର ମିଷ୍ଟର ଓଡ଼ିଶା ଟାଇଟଲ ପାଇ ଗୌରବ ଆଣିଥିବା ସନ୍ତୋେ ଜେନା ଏବେ ରୋଗ ଶଯ୍ୟାରେ। ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ନାହିଁ। ବହୁଦିନ ଧରି ରୋଗରେ ପୀଡିତ ଥିଲେ। ଅର୍ଥ ଅଭାବରୁ ସେ ଚିକିତ୍ସା ହୋଇ ପାରୁନଥିଲେ। ଆଇନଜୀବୀ ସତ୍ୟବ୍ରତ ଓଝାଙ୍କ ଠାରୁ ଖବର ପାଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଖିର ଅଧ୍ୟକ୍ଷ ଅବିନାଶ ଶୁକ୍ଳା ନିଜର ସହଯୋଗୀ ଦୀପକ କୁମାର ସାହୁ, ବିଶ୍ୱଜିତ ରାଉତଙ୍କ ସହଯୋଗରେ ସନ୍ତୋଷଙ୍କୁ ଚିକିତ୍ସା ପାଇଁ ହାଇଟେକ ହସପିଟାଲରେ ଭର୍ତି କରାଇଛନ୍ତି। ତାଙ୍କର ଚିକିତ୍ସା ପାଇଁ ଆଖି ଅନୁଷ୍ଠାନ ସହଯୋଗ କରୁଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୦୯, ୨୦୧୦ ଓ ୨୦୧୧ ମସିହାରେ ସନ୍ତୋଷ ମିଷ୍ଟର ଓଡ଼ିଶା ଟାଇଟଲ ହାସଲ କରିଥିଲେ। ଆଗାମୀ ଦିନରେ ସଫଳ ହେବା ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ। ସନ୍ତୋଷଙ୍କୁ ସରକାରୀସ୍ତରରେ ମଧ୍ୟ ସେପରି କୌଣସି ପ୍ରୋତ୍ସାହନ ମିଳିଲା ନାହିଁ। ଏହି କ୍ଷେତ୍ରରେ ସଫଳ ହେଉଥିବା ପ୍ରତିଭାଙ୍କ ପାଇଁ ଥିବା ସୁଯୋଗ ତାଙ୍କୁ ମିଳିନାହିଁ। ଏଭଳି କ୍ଷେତ୍ରରେ ପରିବାରର ଆର୍ଥିକ ଅବସ୍ଥା ତାଙ୍କ ସଫଳତା ପଥରେ ଅନ୍ତରାୟ ସୃଷ୍ଟି କରିଥିଲା। ପରବର୍ତୀ ସମୟରେ ଯକ୍ଷ୍ମା ରୋଗ ତାଙ୍କ ପାଇଁ ଆହୁରି ଅସୁବିଧା ସୃଷ୍ଟି କରିଛି। ଅଭିରାମପାଲୀ ବସ୍ତିରେ ରହୁଥିବା ସନ୍ତୋଷଙ୍କ ବାପା ଦିନ ମଜୁରିଆ ଭାବେ କାମ କରନ୍ତି। ଏଭଳି ସ୍ଥିତିରେ ପୁଅର ଚିକିତ୍ସା ଭଲଭାବେ କରିବା ତାଙ୍କ ପକ୍ଷରେ ସହଜ ନୁହେଁ। ସନ୍ତୋଷଙ୍କ ଚିକିତ୍ସା ପାଇଁ ଆଖି ଅନୁଷ୍ଠାନ ଆଗେଇ ଆସିଥିବା ବେଳେ ପ୍ରଶାସନ ଓ ବଦାନ୍ୟ ବ୍ୟକ୍ତି ଆଗେଇ ଆସିବାକୁ ଅନୁରୋଧ ହେଉଛି।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories