www.samajalive.in
Sunday, December 14, 2025
17.1 C
Bhubaneswar

ନଦୀରେ ଗାଧୋଇବା କାଳ ହେଲା-  ବୁଡ଼ିଗଲେ ୨ଛାତ୍ର, ଜଣକର ଶବ ଉଦ୍ଧାର

ରାଉରକେଲା : ଶନିବାରରେ ଏକ ଅଭାବନୀୟ ଘଟଣାକ୍ରମରେ ବାସନ୍ତୀ କଲୋନୀ ଡିଏଭି ବିଦ୍ୟାଳୟର ୨ ଛାତ୍ର ବୁଡ଼ିଯାଇଥିବାବେଳେ ଜଣେ ଛାତ୍ରର ଶବ ଉଦ୍ଧାର ହୋଇଛି । ଅନ୍ୟ ଜଣେ ଛାତ୍ରଙ୍କ କିଛି ଖୋଜଖବର ମିଳିନାହିଁ । ପ୍ରାପ୍ତ ସୂଚନା ଅନୁସାରେ ଶୁକ୍ରବାରଠାରୁ ବିଦ୍ୟାଳୟର ସମୟସାରଣୀରେ ପରିବର୍ତ୍ତନ ହୋଇଥିଲା। ଫଳରେ ବିଦ୍ୟାଳୟରେ ପରୀକ୍ଷା ପରେ ଦିନ ୧୨ଟା ୧୦ରେ ବିଦ୍ୟାଳୟର ଛୁଟି ହେବା ପରେ ୪ଜଣ ସାଙ୍ଗ ନଦୀକୁ ଗାଧୋଇବା ପାଇଁ ଯୋଜନା କରି ଘରକୁ ଫେରିଥିଲେ । ଘରେ ବହିପତ୍ର ରଖି ଲେବରଟେନାମେଣ୍ଟରେ ରହୁଥିବା ସରୋଜକୁମାର ଭୋଳଙ୍କ ପୁଅ ତଥା ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରିୟାଂଶୁ ଭୋଳ, ନବମ ଶ୍ରେଣୀର ଛାତ୍ର ପ୍ରିୟରଞ୍ଜନ ପାଢ଼ି ଓ ସେହି ଅଞ୍ଚଳର ନବମ ଶ୍ରେଣୀର ଅନ୍ୟ ୨ଜଣ ସାଙ୍ଗଙ୍କ ସହ ପ୍ରଧାନପାଲି ନିକଟ କୋଏଲ ନଦୀ ଘାଟକୁ ଗାଧୋଇବା ପାଇଁ ଯାଇଥିଲା। ପ୍ରଥମେ ପ୍ରିୟାଂଶୁ ଓ ପ୍ରିୟରଞ୍ଜନ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଅନ୍ୟ ୨ ସାଙ୍ଗ ଉପରେ ରହିଥିଲେ। ଉଭୟ ଗାଧୋଇବା ବେଳେ ଭିତରକୁ ଚାଲିଯିବାରୁ ବୁଡିଯାଇଥିଲେ। ଦିନ ପ୍ରାୟ ୧ଟା ୫୦ରେ ଏହି ଘଟଣା ଘଟିଥିଲା। ପାଖରେ ଥିବା ସାଙ୍ଗମାନେ ସହାୟତା ପାଇଁ ସ୍ଥାନୀୟ ଲୋକଙ୍କୁ ଡାକିବା ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

ତେବେ ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରିୟାଂଶୁଙ୍କ ଶବ ଉଦ୍ଧାର କରିଥିବାବେଳେ ପ୍ରିୟରଞ୍ଜନଙ୍କୁ ଖୋଜୁଛି ଉଦ୍ଧାରକାରୀ ଟିମ୍‌। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଛାତ୍ରଙ୍କ ମୃତଦେହ ଆରଜିଏଚ ମର୍ଗ ହାଉସ(ଶବ ସଂରକ୍ଷଣ ଗୃହ)ରେ ରହିଛି। ଛେଣ୍ଡ ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଏହି ଘଟଣା ଲେବରଟେଣ୍ଟାମେଣ୍ଟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories