www.samajalive.in
Sunday, December 7, 2025
18.1 C
Bhubaneswar

ଖାଆନ୍ତୁ ନାହିଁ ଫ୍ରିଜରେ ଥିବା ଚକଟା ଅଟା ରୁଟି ; ହୋଇଥାଏ ସମସ୍ୟା

ବର୍ତ୍ତମାନର ଜୀବନଶୈଳୀ ଓ କର୍ମ ବ୍ୟସ୍ତତା ମଧ୍ୟରେ ଅନେକ ଜିନିଷ ଆମ ବ୍ୟବହାର ପାଇଁ ଆବଶ୍ୟକ। ସେଥିମଧ୍ୟରୁ ଗୋଟିଏ ହେଉଛି ଫ୍ରିଜ। ଫ୍ରିଜରେ ବିିଭିନ୍ନ ଖାଦ୍ୟ ରଖାଯାଇଥାଏ। ବଳକା ବ୍ୟଞ୍ଜନ, କ୍ଷୀର,ଦହି,ପନୀର, ପନିପରିବା ସହ ଅନେକ ସମୟରେ ଚକଟା ଅଟା।
ଅଧିକାଂଶ ଘରେ ବଳକା ଚକଟା ଅଟା ଫ୍ରିଜରେ ରଖି ଦେଇଥାଆନ୍ତି।  ସକାଳେ କମ ସମୟରେ ରୁଟି ପ୍ରସ୍ତୁତ କରିବା ପାଇଁ ବହୁ ଲୋକେ ଏହି ଉପାୟ ଆପଣାଇ ଥାଆନ୍ତି। ମାତ୍ର ଅଧିକାଂଶ ଲୋକେ ଏହା ଜାଣି ନଥାଆନ୍ତି,ଫ୍ରିଜରେ ଥିବା ବାସି ଚକଟା ଅଟାର ରୁଟି ସେବନ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହାକୁ ନେଇ ବିଶେଷଜ୍ଞଙ୍କ କ’ଣ ରହିଛି ମତ। ଜାଣନ୍ତୁ…..
ବିଶେଷଜ୍ଞଙ୍କ ମତରେ ଫ୍ରିଜରେ ଚକଟା ଅଟା ରଖି ଏହାର ବ୍ୟବହାର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ପାଣି ବ୍ୟବହାର କରି ହେଉଥିବା ଚକଟା ଅଟାକୁ ତୁରନ୍ତ ବ୍ୟବହାର କରିବା ଉଚିତ। କାରଣ ଅଧିକ ସମୟ ପର୍ଯ୍ୟନ୍ତ ଅଟା ପାଣି ସଂସ୍ପର୍ଶରେ ଆସିବା ଦ୍ୱାରା ଏଥିରେ ଅନେକ ରାସାୟନିକ ପରିବର୍ତ୍ତନ ଘଟିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥାଏ।
ଅନେକ ପ୍ରକାର ରୋଗ ହେବାର ଆଶଙ୍କା ବୃଦ୍ଧି କରିଥାଏ। ଆୟୁର୍ବେଦ ଅନୁଯାୟୀ,ଫ୍ରିଜରେ ଥିବା ଅଟାର ରୁଟି ସେପରି ପ୍ରସ୍ତୁତ ହୋଇନଥାଏ, ସତେଜ ଅଟାର ରୁଟି ଯେପରି ପ୍ରସ୍ତୁତ ହୋଇଥାଏ। ତେଣୁ ସର୍ବଦା ସତେଜ ଅଟାରେ ରୁଟି ପ୍ରସ୍ତୁତ କରି ଖାଆନ୍ତୁ।
ସତେଜ ଚକଟା ଅଟାର ରୁଟି ଖାଇବାକୁ ଖୁବ ସ୍ୱାଦିଷ୍ଟ ଓ ନରମ ହୋଇଥାଏ। ଫ୍ରିଜରେ ୬ ରୁ ୭ ଘଣ୍ଟା ମଧ୍ୟ ଅଟା ଚକଟା ରଖନ୍ତୁ ନାହିଁ।
ଅଟାକୁ ଖାଲି କିମ୍ବା ଖୋଲା ସ୍ଥାନରେ ରଖନ୍ତୁ ନାହିଁ। ଏଥିରେ ଜୀବାଣୁ ମାତ୍ରା ବୃଦ୍ଧି ପାଇଥାଏ। ଫଳରେ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଫ୍ରିଜରେ ଥିବା ଚକଟା ଅଟାର ରୁଟି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା,ଗ୍ୟାଷ୍ଟ୍ରିକ,ବଦହଜମି ସମସ୍ୟା ସୃଷ୍ଟି ହୋଇଥାଏ। ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ନିୟମିତ ଭାବେ ବାସି ଚକଟା ଅଟାର ରୁଟି ଖାଇବା ଦ୍ୱାରା ପାଚନ ଜନିତ ସମସ୍ୟା ସହ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ କରିଥାଏ। ଫଳରେ ବାରମ୍ବାର ରୋଗଗ୍ରସ୍ତ ହୋଇଥାଆନ୍ତି।

 

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories