ଓଜନ ବୃଦ୍ଧି ହେଲେ ସଭିଏଁ ସାଧାରଣତଃ ବ୍ୟସ୍ତ ଓ ଚିନ୍ତିତ ହୋଇଯାଆନ୍ତି। ତେଣୁ ଓଜନ ହ୍ରାସ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ଶରୀରରରେ କାର୍ବୋହାଇଡ଼୍ରେଟର ମାତ୍ରା ଅଧିକ ହେଲେ ଶରୀରର ଓଜନ ବୃଦ୍ଧି ପାଇଥାଏ। ତେଣୁ ଲୋକେ କାବ୍ରୋହାଇଡ଼୍ରେଟ ମାତ୍ରା କମ ଥିବା ଖାଦ୍ୟ ଖାଇଥାଆନ୍ତି। ରୁଟିରେ ଏହି କାବ୍ରୋହାଇଡ଼୍ରେଟ ମାତ୍ରା କମ ଥିବାରୁ ଅଧିକାଂଶ ଲୋକେ ଓଜନ ହ୍ରାସ ପାଇଁ ରୁଟି ଖାଇବାକୁ ଆରମ୍ଭ କରିଥାଆନ୍ତି। ମାତ୍ର ଦିନରେ କେତେ ପରିମାଣରେ ରୁଟି ଖାଇବା ଉଚିତ ଜାଣନ୍ତୁ ….
ରୁଟିରେ କାବ୍ରୋହାଇଡ଼୍ରେଟର ମାତ୍ରା କମ ରହିଲେ ମଧ୍ୟ ଏଥିରେ ପ୍ରୋଟିନ ଓ ଫାଇବର ରହିଛି। ଏହି ଦୁଇଟି ପୋଷକ ତତ୍ତ୍ୱ ଶରୀର ପାଇଁ ଆବଶ୍ୟକ। ଗୋଟିଏ ରୁଟିରେ ୧୫ ଗ୍ରାମ କାର୍ବୋହାଇଡ଼୍ରେଟ, ୩ ଗ୍ରାମ ପ୍ରୋଟିନ ଓ ୦.୪ ଗ୍ରାମ ଫାଇବର ରହିଛି।
ଯଦି ଆପଣ ଓଜନ ହ୍ରାସ ପାଇଁ ଡ଼ାଏଟିଂ କରୁଛନ୍ତି, ତେବେ ଦିନରେ କେତେ ପରିମାଣରେ କାର୍ବୋହାଇଡ଼୍ରେଟ ଗ୍ରହଣ କରିବେ ତାହା ଜାଣିବା ଆବଶ୍ୟକ। ୨୫୦ ଗ୍ରାମ ପର୍ଯ୍ୟନ୍ତ କାବ୍ରୋହାଇଡ଼୍ରେଟ ଆପଣ ଗ୍ରହଣ କରିପାରିବେ । ତେଣୁ ଦୈନିକ ଆପଣ ୫ଟି ରୁଟି ଖାଇପରିବେ।
ବିଶେଷଜ୍ଞଙ୍କ ମତରେ ଓଜନ ହ୍ରାସ ପାଇଁ ଆପଣ ଯଥାସମ୍ଭବ ମଧ୍ୟାହ୍ନ ଭୋଜନ କିମ୍ବା ଅପରାହ୍ନ ୪ଟା ଭିତରେ ରୁଟି ଖାଇବା ଉଚିତ।
ଓଜନ ହ୍ରାସ ପାଇଁ ଖାଆନ୍ତୁ ରୁଟି
Popular Categories



