www.samajalive.in
Saturday, December 6, 2025
16.1 C
Bhubaneswar

ଡକାୟତି ଯୋଜନା ପଣ୍ଡ: ୬ ଅଭିଯୁକ୍ତ ଗିରଫ

ରାଉରକେଲା:  ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ବାସନ୍ତୀ କଲୋନୀ ଅଞ୍ଚଳର ସୁନାଗହଣା ଦୋକାନରେ ଡ଼କାୟତି ଯୋଜନା କରୁଥିବାବେଳେ ପୁଲିସ ଚଢ଼ଉ କରି ୬ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ୩ଟି ବନ୍ଧୁକ, ୬ ଗୁଳି ଜବତ କରିଛି। ମଙ୍ଗଳବାର ରାତିରେ ଉଦିତନଗର ଥାନା ପୁଲିସ ପାଟ୍ରୋଲିଂ କରୁଥିବାବେଳେ ଡିଏଭି ପୋଖରୀ ନିକଟସ୍ଥ ଡିଏଭି ପଡ଼ିଆରେ ୯ରୁ ୧୦ ଜଣ ଯୁବକ ଏକାଠି ହୋଇଥିବା ନେଇ ଏସ୍‌ଆଇ ସୁକଳ ଠେମାରିଆଙ୍କୁ ସୂଚନା ମିଳିଥିଲା। ପାଟ୍ରୋଲିଂ ଗାଡ଼ି ଓ ପିସିଆାର ଭ୍ୟାନ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଘଟଣାସ୍ଥଳରୁ ୪ ଯୁବକ ଫେରାର ହୋଇଯାଇଥିଲେ।

ଅନ୍ୟ ୬ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଗିରଫମାନେ ହେଲେ ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ମାଲଗୋଦାମ ଅଞ୍ଚଳର ରାହୁଲ ଗୋପ, ଆମ୍ବେଦକର ନଗରର ରୋହିତ ନାୟକ, ଶିତଳପଡ଼ାର ସୋନୁ ସାହୁ, ଗୋପବନ୍ଧୁପାଲିର ରାଜା ଯାଦବ ଓ ସୁରଜ ମାହାତୋ , ମହତାବରୋଡର ଏମଡି ଇରସାଦ୍‌ । ସେମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ, ୧ ଖେଳନା ବନ୍ଧୁକ, ମୋବାଇଲ, ୬ଟି ଗୁଳି, ଭୁଜାଲି, ଲୁହାଛଡ଼ ପୁଲିସ ଜବତ କରିଛି। ଅଭିଯୁକ୍ତମାନେ ପୂର୍ବରୁ ଡକାୟତି, ଲୁଟ୍‌ ଓ ଚୋରି ଅପରାଧରେ ସମ୍ପୃକ୍ତ ଥିବାବେଳେ ଗତକାଲି ବାସନ୍ତୀ କଲୋନୀ ଅଞ୍ଚଳରେ ସୁନାଗହଣା ଦୋକାନରେ ଡକାୟତି କରିବା ନେଇ ଯୋଜନା କରୁଥିଲେ ବୋଲି ସ୍ବୀକାର କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories