www.samajalive.in
Saturday, December 13, 2025
26.1 C
Bhubaneswar

ବାଣ କାରଖାନାରେ ବିସ୍ଫୋରଣ: ୨୩ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ମଧ୍ୟ ଥାଇଲ୍ୟାଣ୍ଡର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ୨୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆଗକୁ ଆହୁରି ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଇଛି।  ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛି ଉଦ୍ଧାର କର୍ମୀ ମାନେ ବିସ୍ଫୋରଣ ସ୍ଥଳର କିଛି ଫଟୋ ସେୟାର କରିଛନ୍ତି।

ଯେଉଁଥିରେ ଘଟଣାସ୍ଥଳଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ପୁରା ଅଞ୍ଚଳରେ  କାରଖାନାର ଅଂଶବିଶେଷ ଏବଂ ଖଣ୍ଡ ବିଖଣ୍ଡିତ ଶରୀର ବିଛାଡି ହୋଇପଡିରହିଛି। ବ୍ୟାଙ୍କକଠାରୁ  ପ୍ରାୟ ୧୨୦ କିମି ଦୂର ଉତ୍ତରରେ ସୁଫାନ ବୁରୀସ୍ଥିତ ବାଣ କାରଖାନାରେ ଏହି ଅଘଟଣ ଘଟିଛି। ଘଟଣାରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡିନାହିଁ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories