www.samajalive.in
Saturday, December 6, 2025
26.1 C
Bhubaneswar

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ, ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗହଣା ଲୁଟ୍‌

ସୋର: ବାଲେଶ୍ବର ଜିଲା ସୋର ବ୍ଲକରେ ବଡ଼ ଧରଣର ଚୋରି ।  ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଦହିପୁର ଗ୍ରାମର ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରେ କେହି ନ ଥିବାବେଳେ ଦୁର୍ବୃତ୍ତମାନେ ଘରେ କଳାକନା ବୁଲେଇ ଦେଇଛନ୍ତି। ଘରେ କେହି ନ ଥିବା ବାଳେ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ଓ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସେହିପରି ଜଣେ ଡାକ୍ତରଙ୍କ ଘରେ ଦୁର୍ବୃତ୍ତ ଚୋରି କରିବାକୁ ପଶିଥିଲେ, କିନ୍ତୁ  ପୁଲିସ  ଆସିବା ଭୟରେ ପଳାଇ ଯାଇଥିଲେ।

ଦହିପୁର ଗ୍ରାମର ଚୈତନ୍ୟ ପ୍ରଧାନ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହୋଇଥିବା ବେଳେ ପାଞ୍ଚ ଦିନ ପୂର୍ବରୁ ସେ ଓ ତାଙ୍କ ପତ୍ନୀ ଉତ୍ତର ଭାରତ ଭ୍ରମଣ କରିବାକୁ ଯାଇଛନ୍ତି । ଘରେ ତାଙ୍କ ଶିକ୍ଷୟିତ୍ରୀ ଝିଅ ଓ ଜ୍ୱାଇଁ ଏହି ସମୟରେ ରୁହନ୍ତି । ଉଭୟ କିନ୍ତୁ ପୂର୍ବାହ୍ଣରେ ସ୍କୁଲକୁ ଯାଇ ଥିବାବେଳେ ଘରେ ତାଲା ପଡ଼ିଥିଲା । ଏହି ସୁଯୋଗରେ ଚୋରମାନେ ଘର ପଛ ପଟ ଝରକା ଗ୍ରିଲ୍‌ ଭାଙ୍ଗି ଭିତରେ ପଶି ନଗଦ ୨ ଲକ୍ଷ ଟଙ୍କା ସମେତ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଚୋରି କରି ନେଇଥିଲେ । ଉଭୟ ସ୍ୱାମୀ ସ୍ତ୍ରୀ କର୍ମକ୍ଷେତ୍ରରୁ ଘରେ ପହଞ୍ଚିବା ପରେ ଘର ଭିତର ପଟୁ କବାଟ ଦିଆଯାଇଥିବା ଦେଖି ପଛ ପଟେ ଝରକା ଗ୍ରିଲ୍‌ ଭଙ୍ଗା ଯାଇଥିବା ଦେଖିଥିଲେ। ଫଳରେ ଭିତରେ ପଶି ଘରୁ ଚୋରି ହୋଇଥିବା ଜାଣିପାରି ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିଲା। ଏ ବାବଦରେ ସନ୍ଧ୍ୟାରେ ହିରଣ୍ମୟୀ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

- Advertisement -

ସେହିପରି ଜାତୀୟ ରାଜପଥର ବିଦୁ ଛକରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ପରମାନନ୍ଦ ତ୍ରିପାଠୀ ବାଲେଶ୍ୱର ଯାଇଥିଲେ। ତାଙ୍କ ସ୍ତ୍ରୀ ପ୍ରମିଳାମଣି ପାଣିଗ୍ରାହୀ ସ୍କୁଲ ଯାଇଥିବାବେଳେ ପୁଅ ବିଦୁ ଛକକୁ ଯାଇଥିଲେ। ଝିଅ ଡାକ୍ତର ସୁଶ୍ରୀ ପ୍ରତିଭା ତ୍ରିପାଠୀ ସ୍କୁଟିରୁ ପଡ଼ି ଆହତ ହୋଇଥିବା ଯୋଗୁ ଘରେ ଏକୁଟିଆ ଥିଲେ।  ଏହି ସୁଯୋଗରେ ଦୁଇ ଜଣ  ଲୁଟିଆ ଶ୍ରୀ ତ୍ରିପାଠୀଙ୍କ ଘରେ ପଶି ଆଲମିରା ତାଡ଼ି ଥିଲେ। ଡାକ୍ତର ପ୍ରତିଭା ଭୟରେ ଭାଇ ବାପା ଓ ପୁଲିସକୁ ଖବର ଦେବାରୁ ଲୁଟିଆ ଚମ୍ପଟ ମାରିଥିଲେ। ଏ ନେଇ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ତ୍ରିପାଠୀ ଥାନାରେ ଅଭିଯୋଗ କରିଛନ୍ତି। ସୋର ଅଞ୍ଚଳରେ ଚୋରି, ଡକାୟତି ଘଟଣା ବଢ଼ି ଚାଲିବାରୁ ଲୋକେ ଧନ ଜୀବନ ସୁରକ୍ଷା ନେଇ ଚିନ୍ତାରେ ଅଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories