www.samajalive.in
Saturday, December 6, 2025
23.1 C
Bhubaneswar

ଭାରତ-ନେପାଳ ବିମାନ ଚଳାଚଳ ବନ୍ଦ: ଫସିଛନ୍ତି ୭୦୦ ଭାରତୀୟ

ନୂଆଦିଲ୍ଲୀ: ନେପାଳରେ ଲାଗି ରହିଥିବା ଅଶାନ୍ତ ପରିସ୍ଥିତିକୁ ନେଇ ଦୁଇଦେଶ ମଧ୍ୟରେ ବିମାନ ଚଳାଚଳ ବ୍ୟବସ୍ଥାକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଭାରତର ଦୁଇ ପ୍ରମୁଖ ଏୟାର ଲାଇନ୍ସ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ନେପାଳକୁ ବିମାନ ସେବା ବନ୍ଦ ରଖିଛନ୍ତି। ସେହିପରି ନେପାଳ ଏୟାରଲାଇନ୍ସ ମଧ୍ୟ ଭାରତକୁ ବିମାନ ଚଳାଚଳ ବନ୍ଦ କରିଛି। ବିକ୍ଷୋଭ ଓ ହିଂସା ଯୋଗୁଁ କାଠମାଣ୍ଡୁର ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦରକୁ ମଧ୍ୟ ବନ୍ଦ ରଖାଯାଇଛି। ଏୟାର ଇଣ୍ଡିଆ ୬ଟି ବିମାନ ଦୈନିକ ନୂଆଦିଲ୍ଲୀରୁ କାଠମାଣ୍ଡୁ ଅଭିମୁଖେ ଉଡାଣ କରିଥାଏ। ତେବେ ୯ରୁ ୧୧ ତାରିଖ ମଧ୍ୟରେ ଟିକଟ ବୁକିଂ କରିଥିବା ଯାତ୍ରୀମାନଙ୍କୁ ଏୟାର ଇଣ୍ଡିଆ ଟିକଟ ବାବଦ ଅର୍ଥ ​ଫେରସ୍ତ କରିବାକୁ ଘୋଷଣା କରିଛି। ଭାରତ-ନେପାଳ ମଧ୍ୟରେ ବିମାନ ଚଳାଚଳ ବନ୍ଦ ଯୋଗୁଁ ତ୍ରିଭୁବନ ଆନ୍ତର୍ଜାତିକ ବିମାନବନ୍ଦରରେ ପ୍ରାୟ ୭୦୦ ଭାରତୀୟ ଯାତ୍ରୀ ଫସି ରହିଛନ୍ତି। ସେମାନେ ବିମାନବନ୍ଦର ବାହାରକୁ ମଧ୍ୟ ଯାଇପାରୁ ନାହାନ୍ତି।

ବିକ୍ଷୋଭ ଓ ହିଂସାକୁ ନେଇ ସେଠାକୁ ନଯିବା ଲାଗି ଭାରତ ସରକାର ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଏହା ସହିତ ଯେଉଁ ଭାରତୀୟମାନେ ଏବେ ନେପାଳରେ ଅବସ୍ଥାନ କରୁଛନ୍ତି ସେମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଜରୁରୀ ପରିସ୍ଥିତି ବ୍ୟତୀତ ଘରୁ ନବାହାରିବା ଲାଗି ଭାରତୀୟଙ୍କୁ କୁହାଯାଇଛି। ଜରୁରୀ ପରିସ୍ଥିତିରେ ସହାୟତା ପାଇଁ କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ହେଲପ୍‌ଲାଇନ ନମ୍ବର ୯୭୭-୯୮୦୮୬୦୨୮୮୧ ଓ ୯୮୧୦୩୨୬୧୩୪ ଜାରି କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏବେ ପ୍ରାୟ ୬ଲକ୍ଷ ଭାରତୀୟ ନେପାଳରେ ଅବସ୍ଥାନ କରୁଛନ୍ତି। ଦୁଇ ଦେଶର ସୀମା ମୁକ୍ତ ରହିଥିବାବେଳେ ଉଭୟ ଦେଶ ନାଗରିକଙ୍କ ପାଇଁ ଭିସା ମୁକ୍ତ ଯାତାୟାତ ସୁବିଧା ରହିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories