Patra electronics

ଯାତ୍ରା ହ୍ରାସ ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଲା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ଏସଏମଏସ ଜରିଆରେ ଯାତ୍ରୀଙ୍କୁ ଅବଗତ କରାଇବାକୁ ପରାମର୍ଶ

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସାର୍ବଜନୀନ ପରିବହନ ମାଧ୍ୟମରେ ନୋଭୋଲ କରୋନା ଭୂତାଣୁ-କୋଭିଡ ୧୯ ସଂକ୍ରମଣ ରୋକିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଅନୁରୋଧ କରାଯାଇଛି । ରୋଗ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ପଦକ୍ଷେପ ନେବାକୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବ, ପରିବହନ ବିଭାଗ ସଚିବ ଏବଂ କମିଶନରମାନଙ୍କୁ ପତ୍ର ଲେଖାଯାଇଛି ।

 

ଜନସାଧାରଣଙ୍କ ବାରମ୍ବାର ଯାତ୍ରାକୁ ହ୍ରାସ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅନାବଶ୍ୟକ କ୍ଷେତ୍ରରେ ଯାତ୍ରୀମାନଙ୍କୁ ଅଗ୍ରିମ ବୁକିଂ ବାତିଲ କରି ଭଡ଼ା ଫେରସ୍ତ କରିବା ଉପରେ ବିଚାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହାବ୍ୟତୀତ ଏସଏମଏସ ପଠାଇ ଯାତ୍ରୀମାନଙ୍କୁ ଏହି ଉପାୟ ବିଷୟରେ ଅବଗତ କରାଇବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଅନୁରୋଧ କରାଯାଇଛି ।

Comments are closed.