ଏଇଟା ଗାଁର ରାସ୍ତା ନା ନର୍ଦ୍ଦମା

ହରଭଙ୍ଗା : ହରଭଙ୍ଗା ବ୍ଲକ ଅନ୍ତର୍ଗତ ଗୁଡତଳିଆ ବସ୍ତିର ରାସ୍ତାର ଅବସ୍ଥା ଆପଣ ଫଟୋରେ ଦେଖିପାରୁଥିଲେ । ବର୍ଷାରେ ରାସ୍ତା କାଦୁଅ ପଚପଚ । ପାଖରୁ ନର୍ଦ୍ଦମା ପରି ଦେଖାଯାଉଛି । ଏହା ଲୋକଙ୍କର ଯାତାୟତର ଏକ ମାତ୍ର ପଥ । ଛୋଟ ପିଲା ଏଥିରେ ଅଙ୍ଗନବାଡି କେନ୍ଦ୍ର ଯାଉଛନ୍ତି ।

prayash

ଅଧିକ ବର୍ଷା ହେଲେ ଯାତାୟତରେ ସମସ୍ୟା ହେଉଥିବା କଥା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । କଂକ୍ରିଟ ରାସ୍ତା ପାଇଁ ଅନେକ ଥର ପ୍ରତିଶ୍ରୁତି ମିଳିଛି । ମାତ୍ର ତାହା କାର୍ଯ୍ୟକାରୀ ହେଉ ନଥିବା କଥା ଅଭିଯୋଗ ହୋଇଛି । ରାସ୍ତାକୁ କ୍ରଂକ୍ରିଟ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ପିଲମାନେ ବିଦ୍ୟାଳୟ ଯିବାକୁ ହେଉ କି ଚିକିତ୍ସା ପାଇଁ ଡାକ୍ତରଖାନା କାଦୁଅ ରାସ୍ତାରେ ଗାଈ ଗୋରୁ ଚାଲିପାରୁ ନଥିବା ବେଳେ ଗାଡି ଯିବା ଏକ ପ୍ରକାରର କଷ୍ଟକର ବ୍ୟାପାର । ଏହି ରାସ୍ତା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ସରକାରୀ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବୀ ହୋଇଛି ।

 

Comments are closed.