www.samajalive.in
Sunday, December 14, 2025
14.1 C
Bhubaneswar

ବର୍ଷେ ତଳେ ଭାଲୁ ଆକ୍ରମଣ କରିଥିଲା – ଏବେ ବି ସରାକାରୀ କ୍ଷତିପୂରଣ ସହାୟତାରୁ ବଞ୍ଚିତ ଦୁଃଶାସନ, ବାବାଜୀଙ୍କ ସମ ଅବସ୍ଥା

ଫୁଲବାଣୀ : :କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଧିନସ୍ଥ କୁନ୍ଦା ଗ୍ରାମର ଦୁଃଶାସନ ମାଝୀ ଏକାବର୍ଷ ବିତି ଯାଇଛି । ବନ୍ୟଜନ୍ତୁ ଆକ୍ରମଣ ଜନିତ ସରକାରୀ ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି ଦୁଃଶାସନ ଏବଂ ବାବାଜୀ ।

ଗତ ୨୨/୧୦/୨୨ ରିଖରେ ଦୁଃଶାସନ ନିଜର ଧାନବିଲ କୁ ଯାଉଥିବା ବେଳେ ହଠାତ ଏକ ହିଂସ୍ର ଭାଲୁ ଜଙ୍ଗଲ ଭିତରୁ ବାହାରି ଆସି ଦୁଃଶାସନ ଙ୍କୁ ତଳେ ପକାଇ କାମୁଡି ଗୁରୁତର କରିଥିଲା । ବହୁ କଷ୍ଟରେ ଦୁଃଶାସନ ନିଜର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିବା ସହ ଚିତ୍କାର କରିଥିଲେ. କିଛି ଲୋକ ଘଟଣା ସମ୍ପର୍କରେ ଜାଣିପାରି ତୁରନ୍ତ ଘଟଣା ସ୍ଥଳକୁ ଯାଇ ହୋହାଲ୍ଲା କରି ହିଂସ୍ର ଭାଲୁକୁ ଘଉଡ଼ାଇଥିଲେ । ଦୁଃଶାସନ ଙ୍କୁ ପ୍ରଥମେ ଖଜୁରୀପଡା ଏବଂ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିଯାଇଥିଲା । ଗୁରୁତର ଦୁଃଶାସନ ସାମାନ୍ୟ ସୁସ୍ଥ ହେବାପରେ ଡାକ୍ତର ତାଙ୍କୁ ଘରକୁ ଯିବାକୁ ପରାମର୍ଶ ଦେଇଥିଲେ ।

- Advertisement -

ଘରକୁ ଫେରିବା ପରେ ସେ ବନ ବିଭାଗର ଦ୍ୱାରସ୍ଥ ହେବା ସହ ଲିଖିତ ଭାବେ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇଥିଲେ । ଏହା ଭିତରେ ଏକ ବ୍ରଷ ବିତିଯାଇଥିଲେ ମଧ୍ୟ ତାଙ୍କୁ କ୍ଷତି ପୂରଣ ମିଳି ନଥିବା ଦୁଃଶାସନ ଅଭିଯୋଗ କରିଛନ୍ତି । ସେହିପରି ଗତବର୍ଷ ନେଡ୍ରିଖୋଲରେ ବାବାଜୀ ଦେହୁରୀଙ୍କ ପାଚିଲା ଧାନ ବିଲରେ ହାତୀପଲ ମାଡିଦଳି ବ୍ୟାପକ କ୍ଷୟକ୍ଷତି କରିଥିଲେ । ସେ ମଧ୍ୟ କୌଣସି କ୍ଷତି ପୂରଣ ପାଇ ନଥିବା ଅଭିଯୋଗ କରିଛନ୍ତି । ଏହି ଦୁଇଜଣଙ୍କୁ ଆର୍ଥିକ ଅବସ୍ଥା ସେତେ ଭଲ ନଥିବାରୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବୀ ହୋଇଛି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories