www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶାର ଚାନ୍ଦିପୁଟ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଗଲେ ସମସ୍ତଯାତ୍ରୀ – ବ୍ରେକ୍‌ ଫେଲ୍‌ ହୋଇ ଘାଟୀ ରାସ୍ତାରେ ଖସିପଡି ଥିଲା ବସ୍‌

ଚାନ୍ଦିପୁଟ – ଘାଟୀର ଅଙ୍କାବଙ୍କା ରାସ୍ତାରେ ଭାରସାମ୍ୟ ହରାଇ ଖସିପଡିଲା ଯାତ୍ରୀବାହୀ ବସ୍ । ଗଜପତି ଗଞ୍ଜାମ ସୀମାନ୍ତ ଆର ଉଦୟଗିରି ଥାନା ଅନ୍ତର୍ଗତ କାନକଟା ପଥର କାନ୍ଥି ତଳେ ଏଭଳି ଦୁର୍ଘଟଣା ଘଟିଛି । ହେଲେ ସୌଭାଗ୍ୟ ବଶତଃ ବସରେ ବସିଥିବା କୌଣସି ଯାତ୍ରୀମାନଙ୍କ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

ରାୟଗଡ଼ାରୁ ମହେନ୍ଦ୍ରଗଡ ଦେଇ ଗଞ୍ଜାମ ଜରଡା ଅଭିମୁଖେ ରଘୁନାଥ ନାମକ ଘରୋଇ ବସ୍ ଟି ୨୫ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା । ବର୍ଷା ଯୋଗୁଁ ଘାଟିୀ ରେ ବ୍ରେକ ଫେଲ ହୋଇଯାଇଥିଲା । ଫଳରେ କନକଟା ନିକଟସ୍ଥ ଘାଟୀ ରେ ଥିବା ପଥର କାନ୍ଥି ତଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା ।
ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀମାନେ ଏକ ବଡ ଧରଣର ଦୁର୍ଘଟଣା ରୁ ବର୍ତିଯାଇଛନ୍ତି ବୋଲି କୁହାଯାଉଛି । ଦୁର୍ଘଟଣା ପରେ ଯାତ୍ରୀମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଏବଂ ପରେ କିଛି ଅଟୋରିକ୍ସା ରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଫେରିଥିଲେ । ଏହା ପୁର୍ବରୁ ଏହି ଘାଟୀର ସମାନ ସ୍ଥାନ ରେ ଅନେକ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେଉଥିବା ବେଳେ ଅନେକଙ୍କ ପ୍ରାଣ ବି ଯାଇଛି । ଅଣ ଓସାରିଆ ରାସ୍ତା କୁ ସୁଧାରିବା ପାଇଁ ଜନସାଧାରଣରେ ଦାବୀ ହେଉଛି । ଅପରପକ୍ଷରେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବାରୁ ସେଠାରେ ଦେବୀଙ୍କୁ ପୂଜା ଅର୍ଚ୍ଚନା କରିବା ଆରମ୍ଭ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories