ସଡକ ଦୁର୍ଘଟଣାରେ ୨ ମୃତ

ଭବାନୀପାଟଣା : ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜୁନାଗଡ଼ ନିକଟରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ବୟ ଧର୍ମଗଡ ଥାନା ଦାବରୀପଦର ଗାଁର ଧନଞ୍ଜୟ ହେରନା ଏବଂ କିଶୋର ହେରନା ବୋଲି ଜଣାପଡିଛି। ଉଭୟେ ଜୁନାଗଡ଼ ଥାନା ନକଟିଗୁଡା ଗାଁରୁ ବାହାଘର ଭୋଜି ଖାଇ ବାଇକରେ ନିଜ ଗାଁକୁ ଫେରୁଥିଲେ । ଧର୍ମଗଡରୁ ଭବାନୀପାଟଣା ଆଡକୁ ଯାଉଥିବା ଏକ କାର ସହିତ ନକଟିଗୁଡ଼ା ଛକରେ ବାଇକର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଧନଞ୍ଜୟ ହେରନାଙ୍କ ମୃତ୍ୟୁ ହୋଇଥିବାବେଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କିଶୋର ହେରନାଙ୍କ ମୃତ୍ୟୁ ହୋଇଛି ।

 

Comments are closed.