www.samajalive.in
Saturday, December 13, 2025
27.1 C
Bhubaneswar

ଖାଇବା ତେଲ ମହଙ୍ଗା : ସାତ ମାସରେ ବଢ଼ିଛି ୭୦ ପ୍ରତିଶତ

ଭୁବନେଶ୍ୱର : ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦର ଅହେତୁକ ବୃଦ୍ଧି ସହିତ କୋଭିଡ କାଳରେ ଖାଦ୍ୟ ସମାଗ୍ରୀ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରଦାମ ଅସ୍ବାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଖାଇବାତେଲ ଦର ଆକାଶଛୁଆଁ ହେଉଛି। ଗତ ସାତ ମାସ ଭିତରେ ଖାଇବାତେଲ ଦର ୭୦ ପ୍ରତିଶତ ବୃଦ୍ଧି ପାଇଛି। କୋଭିଡ ସମୟରେ ଅଧିକାଂଶ ଲୋକ ରୋଜଗାର ହରାଇବା ଓ ଦରମା ହ୍ରାସ ପରି ସମସ୍ୟା ଦେଇ ଗତି କରୁଥିବାବେଳେ ଖାଦ୍ୟ ସାମଗ୍ରୀ ଦରଦାମ ବୃଦ୍ଧି ସେମାନଙ୍କ ପରିସ୍ଥିତି ଦିନକୁ ଦିନ ଜଟିଳ କରିବାରେ ଲାଗିଛି। ସାଧାରଣ ଲୋକଙ୍କ ପାଇଁ ଏହା କଷ୍ଟକର ବ୍ୟାପାର ହୋଇପଡ଼ିଥିବାବେଳେ ତେଲକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମଧ୍ୟ ସାମିଲ କରିବାକୁ ବିଭିନ୍ନ ସମୟରେ ଦାବି ହେଉଛି। ଗତ ବର୍ଷ ଦାମ ପ୍ରାୟ ୫୦% ବୃଦ୍ଧି ପାଇଥିବାବେଳେ ଚଳିତ ବର୍ଷ ୧୫% ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ମେ ମାସ ପର୍ଯ୍ୟନ୍ତ ଏପରି ଚଢ଼ା ଦାମ ରହିବ ବୋଲି କୁହାଯାଉଛି।
ଭାରତ ଖାଇବା ତେଲ ପାଇଁ ବିଦେଶ ଉପରେ ନିର୍ଭରଶୀଳ। ଭାରତ ଆବଶ୍ୟକ କରୁଥିବା ଖାଇବା ତେଲର ୭୦ ପ୍ରତିଶତ ବିଦେଶରୁ ଆମଦାନୀ ହୋଇଥାଏ। ପାମୋଲିନ, ସୋୟାବିନ, ସୂର୍ଯ୍ୟମୁଖୀ, ସୋରିଷ, ବାଦାମ ତେଲର ଦାମ ୨୦୧୯ ତୁଳନାରେ ୨୦୨୦ରେ ଅଧିକ ବଢ଼ିଛି। ସୋରିଷତେଲ ୪୦ ପ୍ରତିଶତ, ସୂର୍ଯ୍ୟମୁଖୀ ୫୨%, ରିଫାଇନ ସୋୟାବିନ ତେଲ ୩୪%, ରାଇସବ୍ରାନ ତେଲ ୩୩% ଏବଂ ପାମ ତେଲ ୩୭% ବୃଦ୍ଧି ପାଇଛି। ପାଇକାରୀଠାରୁ ଖୁଚୁରା ଦର ଏହାର ୨୦% ଅଧିକ ରହୁଛି।
ପାମ ତେଲ ପାଇଁ ଭାରତ ମାଲେସିଆ ଓ ଇଣ୍ଡୋନେସିଆ ଉପରେ ନିର୍ଭର କରିଥାଏ। ସେହିପରି ସୋୟାବିନ ତେଲ ପାଇଁ ଆର୍ଜେଣ୍ଟିନା ଓ ବ୍ରାଜିଲ ଉପରେ ନିର୍ଭର କରେ। ତେବେ ସେସବୁ ଦେଶରେ ପ୍ରତିକୂଳ ପରସ୍ଥିତି ଯୋଗୁଁ ଆମଦାନୀ ପ୍ରଭାବିତ ହୋଇଛି। ଯାହାର ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଥିବା କୁହାଯାଉଛି। ତେଲଦର ଅସ୍ବାଭାବିକ ବୃଦ୍ଧିକୁ ଲକ୍ଷ୍ୟ ରଖି ଏହାକୁ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିବାକୁ ଦାବି ହେଉଛି। ଖାଇବା ତେଲ ଉତ୍ପାଦନ ସଂଘ ସଲଭେଣ୍ଟ ଏକ୍ସଟ୍ରାକଟର୍ସ ଆସୋସିଏସନ ଅଫ ଇଣ୍ଡିଆ (ଏସଇଏ) ଦାବି ପରେ ସରକାର ନଭେମ୍ବରରେ ପାମ ତେଲରେ ୧୦% ଆମଦାନୀ ଶୁଳ୍କ ହ୍ରାସ କରିଥିଲେ। କିନ୍ତୁ ଦର ହ୍ରାସ କରିବାରେ ସହାୟକ ହୋଇ ନ ଥିଲା। କାରଣ ସେହି ସମୟରେ ରପ୍ତାନିକାରୀ ଦେଶଗୁଡ଼ିକ ତେଲ ଦର ସହିତ ରପ୍ତାନି ଶୁଳ୍କ ବୃଦ୍ଧି କରିଥିଲେ। ଦେଶରେ ଖାଇବା ତେଲ ଉପରେ ଆଦାୟ ହେଉଥିବା ଟିକସ ଓ ସେସ୍ ହାର ମଧ୍ୟ ଖୁବ୍ ଅଧିକ ରହୁଛି। ଯାହା ବିଦେଶରୁ ଆମଦାନୀ ହେଉଥିବା ତେଲକୁ ଅଧିକ ମହଙ୍ଗା କରୁଛି।
ଖାଇବା ତେଲ ଦର ବୃଦ୍ଧି ନେଇ ବ୍ୟବସାୟୀ ସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି ଆମେ ଖାଇବା ତେଲ ଉପରେ ବାହାର ଦେଶ ଉପରେ ନିର୍ଭରଶୀଳ। ୧ କୋଟି ୯୦ ଲକ୍ଷ ଟନ ଆମେ ବାର୍ଷିକ ଆବଶ୍ୟକ କରେ। କିନ୍ତୁ ଉତ୍ପାଦନ ହେଉଛି ମାତ୍ର ୬୦ ଲକ୍ଷ ଟନ୍। ୧ କୋଟି ୩୦ ଲକ୍ଷ ଟନ୍ ବାହାରୁ ଆମଦାନୀ ହେଉଛି। ସେଠିକାର ଦର ଦେଇ ଜିନିଷ ଆମଦାନୀ କରିବାକୁ ପଡ଼ୁଛି। ଦ୍ବିତୀୟ କାରଣ ହେଉଛି ଉଚ୍ଚ ଟିକସ ହାର ବ୍ୟବସ୍ଥା। ଖାଇବା ତେଲ ଉପରେ ସରକାର ଟିକସ ଓ ସେସ୍ ବାବଦରେ ୪୮ ପ୍ରତିଶତ ଲାଗୁ କରୁଛନ୍ତି ଯାହାକି ଦର ବୃଦ୍ଧିର ଅନ୍ୟତମ କାରଣ। ତୃତୀୟ କାରଣ ହେଉଛି ରାଜନୈତିକ ସମର୍ଥନ। ବାହାରୁ ଆସୁଥିବା ତେଲ ଉପରେ ଅଧିକ ଖର୍ଚ୍ଚ ହେଉନି। ତେଣୁ ଏହାକୁ କମ୍ ଦାମରେ ବିକିବା କଥା। କିନ୍ତୁ ଦର ହ୍ରାସ କରିବା ଦିଗରେ କେହି ଚିନ୍ତା କରୁନାହାନ୍ତି।
ସେହିପରି ଖୁଚୁରା ବ୍ୟବସାୟରେ ଏଫଡିଆଇକୁ ଅନୁମତି ଦେବା ସରକାରଙ୍କ ସବୁଠୁ ବଡ଼ ଭୁଲ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଆଜି ଅସମାନତା ଓ ଅସ୍ବାଭାବିକ ଭାବେ ଦରଦାମ ବୃଦ୍ଧି ପଛରେ ଏହା ମୁଖ୍ୟ କାରଣ ପାଲଟିଛି। କେବଳ ତେଲ ନୁହେଁ, ଡାଲି, ପିଆଜ, ମଟର ପରି ସାମଗ୍ରୀ ଦର ବୃଦ୍ଧି ପାଇବାରେ ଲାଗିଛି। ଏହା ଗ୍ରାହକଙ୍କୁ ଖୁବ୍ ପ୍ରଭାବିତ କରୁଥିବାବେଳେ ଆଗାମୀ ଦିନରେ ସେମାନଙ୍କ ପରିସ୍ଥିତି ଅଧିକ ଜଟିଳ ହେବ ବୋଲି କୁହାଯାଉଛି।

Also in case you wondered, no — I am not pregnant. cialis generic south africa And on that note, our two-year-old is welcome to sleep with us as long as he likes.

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories