www.samajalive.in
Thursday, December 11, 2025
18.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ବର : ଐତିହ୍ୟ ଉପନିୟମ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଆକ୍ରମଣ କରି ଆସୁଥିବା ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରକ୍ଷେତ୍ର ପୁରୀ ଓ ଏକାମ୍ର କ୍ଷେତ୍ରର ବିକାଶ ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ମର୍ମରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୮ ପୃଷ୍ଠାର ଚିଠି ଲେଖିଛନ୍ତି। ଏଥିରେ ଅପରାଜିତା ଉଲ୍ଲେଖ କରିଛନ୍ତି, ପୁରୀରେ ଐତିହ୍ୟର ବିକାଶ ନାଁରେ ମଠର ଉଚ୍ଛେଦ କରାଯାଇ ପ୍ରାଚୀନ ଐତିହ୍ୟକୁ ନଷ୍ଟ କରାଯାଇଛି। ଏପରି କରିବା ପାଇଁ କିଏ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲା ସେନେଇ ପ୍ରଶ୍ନ ଉଠାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏକାମ୍ର କ୍ଷେତ୍ରର ଶୁକସାରୀ ମନ୍ଦିର ନିକଟରେ ଖନନ ସମୟରେ ପ୍ରାଚୀନ କୀର୍ତ୍ତିରାଜି ଆବିଷ୍କୃତ ହୋଇଥିବାବେଳେ ରାଜ୍ୟ ସରକାର ଏନେଇ କେତେ ଯତ୍ନବାନ ତା’ର ସୂଚନା ମିଳୁନି। ଏହି ମର୍ମରେ ଏକ କୋର୍‌ କମିଟି ଗଠନ ହେବ ବୋଲି ସାଂସଦ କହିଛନ୍ତି। ସେହିପରି ଐତିହ୍ୟର ବିକାଶ ନିମନ୍ତେ ଯେଉଁମାନେ ବିସ୍ଥାପିତ ହେଉଛନ୍ତି ସେମାନଙ୍କୁ ସଠିକ୍‌ ଢଙ୍ଗରେ ପ୍ରାପ୍ୟ ମିଳୁନଥିବା ସେ ଅଭିଯୋଗ ଆଣିବା ସହ ଏଥିରେ ସ୍ବଚ୍ଛତା ରକ୍ଷା ସହ ତାଲିକା ପ୍ରକାଶ ନିମନ୍ତେ ପରାମର୍ଶ ଦେଇଛନ୍ତି।
ଏକାମ୍ରକ୍ଷେତ୍ରର ପ୍ରାଚୀନ ଐତିହ୍ୟ କୀର୍ତ୍ତିରାଜି ସୁରକ୍ଷା ପ୍ରସଙ୍ଗରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗତ ୨୩ ତାରିଖରେ ଏକାମ୍ରର ବରିଷ୍ଠ ସେବାୟତଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ଉପନିୟମ ଉପରେ ଆଲୋଚନା କରିଥିଲେ। ସେବାୟତଙ୍କ ଅନୁରୋଧକ୍ରମେ ରବିବାର ଅପରାହ୍ଣରେ ଏକାମ୍ରବାସୀଙ୍କ ସହ ଆଲୋଚନା କରିବାକୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଖଳାରେ ଆୟୋଜିତ ବୈଠକରେ ସାମିଲ ହୋଇ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ରାଜ୍ୟ ସରକାର ଏକାମ୍ର ବିକାଶ ନାଁରେ କିପରି ପ୍ରାଚୀନ କୀର୍ତ୍ତିରାଜି ନଷ୍ଟ କରୁଛନ୍ତି ତା’ ଉପରେ କହିଥିଲେ। ସେ ଆହୁରି କହିଥିଲେ କିଛି ମାସ ତଳେ ଐତିହ୍ୟ ସ୍ଥଳର ବିକାଶ ନାଁରେ ବୁଲଡୋଜର, ଜେସିବି ଲଗାଇ ବିଭିନ୍ନପ୍ରକାର କୀର୍ତ୍ତିରାଜି ନଷ୍ଟ କରାଗଲା। ରାଜ୍ୟ ସରକାର ଏକାମ୍ରକ୍ଷେତ୍ରର ବିକାଶ ପାଇଁ ଏନଏମଏର ସ୍ବୀକୃତି ନ ନେଇ ପ୍ରାଚୀନ କୀର୍ତ୍ତିରାଜି ତଥା ସେବାୟତଙ୍କ ଘର, ଦୋକାନ ଓ ଭେଣ୍ଡିଂ ଜୋନ୍‌ ଆଦି ଭାଙ୍ଗି ପକାଇଲେ। ବିନା ଅନୁମୋଦନରେ କିପରି କାମ କରାଗଲା ବୋଲି ପ୍ରଶ୍ନ କରିଥିଲେ। ଆମେ ଓଡିଶାବାସୀ ମଠ ମନ୍ଦିରକୁ ନେଇ ଗର୍ବ କରୁଥିବା ବେଳେ ରାଜ୍ୟ ସରକାର ଯୋଜନା ସାର୍ବଜନୀନ ନ କରି ଭାଙ୍ଗି ଦେଲେ। ଯୋଜନା କରିବା ପୂର୍ବରୁ ସାଂସଦ କିମ୍ବା ଅନ୍ୟ କାହା ସହ ଆଲୋଚନା କରି ପରାମର୍ଶ ନେଲେ ନାହିଁ। ଆଇନ ବିରୋଧରେ କୌଣସି କାର୍ଯ୍ୟ ନ ହେଉ ବୋଲି ସେ କହିଥିଲେ।
ରାଜ୍ୟ ସରକାର ତାଙ୍କ ଭୁଲ୍‌ ଲୁଚାଇବାକୁ ଯାଇ ଉପନିୟମ କଥା ଉଠାଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଆସନ୍ତାକାଲି ସକାଳ ୯ଟାରେ ଏଏସଆଇ ଅଧିକାରୀଙ୍କ ସହିତ ସେ ନିଜେ ପ୍ରାଚୀନ କୀର୍ତ୍ତିରାଜି ବୁଲି ଦେଖିବେ ବୋଲି ସୂଚନା ଦେଇଥିଲେ।

Time and now, Kamagra oral jelly has few symptoms and is accessible online at sensible cost. order cialis online Consulting a doctor before using the medicine can help you perform well on the bed and in this way it can help you lead a stress free and relaxed lifestyle.

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories