www.samajalive.in
Tuesday, December 9, 2025
19.1 C
Bhubaneswar

ଅବସରପ୍ରାପ୍ତ ବିଚାରପତି ଓ ପତ୍ନୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ଜଣେ ଅବସରପ୍ରାପ୍ତ ବିଚାରପତି ପାମୁଲୁରୁ ସୁଧାକର ଏବଂ ତାଙ୍କ ପତ୍ନୀ ବରଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର ତିରୁପତି ସ୍ଥିତ ରେଳଧାରଣାରୁ ଉଦ୍ଧାର କରାଯାଇଛି। ଉଭୟ ଦମ୍ପତି ଟ୍ରେନ୍‍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ୬୫ ବର୍ଷ ବୟସ୍କ ପୂର୍ବତନ ବିଚାରପତି ସୁଧାକରଙ୍କ ମୃତଦେହ ପ୍ରଥମେ ତିରୁପତି-ରେଣିଗୁଣ୍ଟା ରେଳଧାରଣାରୁ ଉଦ୍ଧାର କରାଯାଇଥିଲା। ସ୍ୱାମୀଙ୍କ ଆତ୍ମହତ୍ୟା ଖବର ପାଇ ଧୈର୍ଯ୍ୟହରା ହୋଇପଡିଥିବା ପତ୍ନୀ ବରଲକ୍ଷ୍ମୀ (୫୬) ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହି ସ୍ଥାନରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଟ୍ରେନ୍‍ ସମ୍ମୁଖକୁ ଡେଇଁ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି।

- Advertisement -

ଜିଲା ବିଚାରପତି ଭାବେ ଅବସରଗ୍ରହଣ କରିଥିବା ସୁଧାକର ଦୀର୍ଘ ଦିନରୁ ବୃକକ୍‍ ରୋଗରେ ଆକ୍ରାନ୍ତ ଥିଲେ। ଅସହ୍ୟ ଯନ୍ତ୍ରଣା କାରଣରୁ ସେ ଆତ୍ମହତ୍ୟାର ପଥ ଆପଣାଇଥିବା ତାଙ୍କ ସୁଇସାଇଡ ନୋଟ୍‍ରେ ଲେଖିଛନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି। ସୁଧାକର ଏବଂ ବରଲକ୍ଷ୍ମୀଙ୍କ ପୁଅ ସନ୍ଦିପ ଏବଂ ଝିଅ ସବିତା ବେଙ୍ଗାଲୁରୁରେ ସଫ୍ଟୱେର ଚାକିରି କରୁଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories