ବଦଳିବ ମନ୍ତ୍ରିମଣ୍ଡଳ, ବିଳମ୍ବ ହୋଇପାରେ ମନ୍ତ୍ରୀଙ୍କ ଶପଥ ଉତ୍ସବ

ଦଳର ସାଙ୍ଗଠନିକ କାର୍ଯ୍ୟ ପାଇଁ ଇସ୍ତଫା ଦେଇଥିବା କହିଲେ ୨ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର: ବାଚସ୍ପତି ଓ ୨ ରାଷ୍ଟ୍ରମନ୍ତ୍ରିଙ୍କ ଇସ୍ତଫା ପରେ ବଦଳିବ ମନ୍ତ୍ରିମଣ୍ଡଳ। ଖୁବ ଶୀଘ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇପାରେ। ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ ହେବା ଚର୍ଚ୍ଚା ଜୋର ଧରିଛି। ଶାସକ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଅଛନ୍ତି ଏବଂ ସେ ଆସନ୍ତାକାଲି ଭୁବନେଶ୍ବର ଫେରିବେ। ଏହାପରେ ନୂତନ ମନ୍ତ୍ରିମଣ୍ଡଳ ଅଦଳବଦଳ, ସମ୍ପ୍ରସାରଣ ସାଙ୍ଗକୁ ନୂଆ ବାଚସ୍ପତି ପଦରେ ନିଯୁକ୍ତି ନେଇ ଆଲୋଚନା ହେବ। ଏହାପରେ ନୂଆ ମନ୍ତ୍ରୀମଣ୍ଡଳର ରୂପରେଖ ସାମ୍ନାକୁ ଆସିବ ଏବଂ ନୂଆ ବାଚସ୍ପତି କିଏ ହେବ ତାହା ଜଣାପଡ଼ିବ।

ଇସ୍ତଫା ଦେବା ପରେ ଶ୍ରୀକାନ୍ତ ସାହୁ କହିଛନ୍ତି ଯେ ନିର୍ବାଚନ ବର୍ଷେରୁ କମ ସମୟ ରହିଛି। ଦଳର ସାଂଗଠନିକ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛି।

prayash

ସେହିପରି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଜିଲା ପରିଷଦ ଉପନିର୍ବାଚନ ହାରିବା ସହିତ ମୋ ଇସ୍ତଫାର କୌଣସି ସମ୍ପର୍କ ନାହିଁ। ସାଂଗଠନିକ ଆବଶ୍ୟକତା ପାଇଁ ଦେଇଛି ଇସ୍ତଫା। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୁଁ ଇସ୍ତଫା ଦେଇଛି । ନିଜକୁ ସଂଗଠନ କାମରେ ବିନିଯୋଗ କରିବା ପାଇଁ ବିଚାର କଲି । ଆଉ ଇସ୍ତଫା ଦେଲି ବୋଲି ଶ୍ରୀ ଦାଶ କହିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ୨ ରାଷ୍ଟ୍ରମନ୍ତ୍ରିଙ୍କ ଇସ୍ତଫା ପୂର୍ବରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସାମ୍ବାଦିକ ସମ୍ମିଳନୀ କରି ନିଜର ଇସ୍ତଫା ଦେବା ଘୋଷଣା କରିଥିଲେ। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି। ଉପବାଚସ୍ପତିଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛି ବୋଲି ଶ୍ରୀ ଆରୁଖ ପ୍ରକାଶ କରିଥିଲେ। ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସମ୍ପ୍ରସାରଣ ନେଇ ସ୍ପଷ୍ଟ ହୋଇଯାଇଥିବାବେଳେ ନୂତନ ବାଚସ୍ପତି ମଧ୍ୟ ନିଯୁକ୍ତି କରାଯିବ ବୋଲି ଜଣାପଡ଼ିଛି।

ରାଜ୍ୟ ମନ୍ତ୍ରିମଣ୍ଡଳରୁ ଦୁଇଜଣ ବିବାଦୀୟ ରାଷ୍ଟ୍ରମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିବା ଓ ଦିନେ-ଦୁଇଦିନ ମଧ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି। ମାତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗତକାଲି ଅର୍ଥାତ୍ ମେ’ ୧୧ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଛୁଟିରେ ନିଜ ଗୃହ ରାଜ୍ୟ ହରିୟାଣା ଯାଇଥିବାରୁ ନୂଆ ମନ୍ତ୍ରୀଙ୍କ ଶପଥ ସମାରୋହରେ ବିଳମ୍ବ ହୋଇପାରେ ବୋଲି ଜଣାପଡ଼ିଛି।

kalyan agarbati

Comments are closed.