www.samajalive.in
Sunday, December 7, 2025
26.1 C
Bhubaneswar

ଏହି ୨ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ, ଗ୍ରାହକଙ୍କ ଉପରେ ପଡିବନି ପ୍ରଭାବ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ମଙ୍ଗଳବାର ୨ଟି ବ୍ୟାଙ୍କ ଉପରେ ଜରିମାନା ଲଗାଇଛି । ନିୟମ ପାଳନ ନକରିବା ଯୋଗୁଁ ଡିସିବି ବ୍ୟାଙ୍କ ଏବଂ ତାମିଲନାଡୁ ମର୍କେନଟାଇଲ୍ ବ୍ୟାଙ୍କ ଲିମିଟେଡ୍ ଉପରେ ଜରିମାନା ଲଗାଯାଇଛି । ସିଡିବି ବ୍ୟାଙ୍କ ଉପରେ ୬୩,୬୦,୦୦୦ ଟଙ୍କା ଏବଂ ତାମିଲନାଡୁ ମର୍କେନଟାଇଲ୍ ବ୍ୟାଙ୍କ ଉପରେ ୧,୩୧,୮୦,୦୦୦ କୋଟି ଟଙ୍କାର ଜରିମାନା ଲଗାଯାଇଛି ।

୧୩ ମାର୍ଚ୍ଚରେ ଦିଆଯାଇଥିବା ଆଦେଶ ଅନୁସାରେ ଡିସିବି ବ୍ୟାଙ୍କ ଉପରେ ୬୩ ଲକ୍ଷ ୬୦ ହଜାର ଟଙ୍କାର ଜରିମାନା ଲଗାଯାଇଛି । ନିୟମ ପାଳନ ନକରିବା ଏହାର ମୁଖ୍ୟ କାରଣ । ସୁଧ ହାରକୁ ନେଇ ବ୍ୟାଙ୍କ ସଠିକ୍ ନିୟମ ପାଳନ କରିନଥିଲା । ଯାଞ୍ଚ ପରେ ଏହା ସାମ୍ନାକୁ ଆସିଥିଲା । ସେହିଭଳି ନିୟମର ଉଲ୍ଲଙ୍ଘନ କରିଥିବାରୁ ତାମିଲନାଡୁ ମର୍କେନଟାଇଲ୍ ବ୍ୟାଙ୍କ ଉପରେ ଭାରୀ ଜରିମାନା ଲଗାଇଛି ରିଜର୍ଭ ବ୍ୟାଙ୍କ । ନୋଟିସ୍ ଜାରି କରି ରିଜର୍ଭ ବ୍ୟାଙ୍କ କହିଛି କି ନିୟମର ସଠିକ ପାଳନ ନକରିବା ଆଧାରରେ ଜରିମାନା ଲଗାଯାଇଛି । ତେବେ ଗ୍ରାହକଙ୍କୁ ଏଥିପାଇଁ କୌଣସି ଅସୁବିଧା ହେବନି । ଏହା ବ୍ୟତୀତ ରିଜର୍ଭ ବ୍ୟାଙ୍କ ଏହା ମଧ୍ୟ କହିଛି କି ଜରିମାନା ଲଗାଇବା ଫଳରେ ବ୍ୟାଙ୍କ ବିରୁଦ୍ଧରେ ଆରମ୍ଭ ହେବାକୁ ଥିବା ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଉପରେ ଏହାର କୌଣସି ପ୍ରତିକୂଳ ପ୍ରଭାବ ପଡିବନି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories