bjd gruha runa

୧୦% ସଂରକ୍ଷଣ ପାଇଁ ବଢ଼ିବ ୩ ଲକ୍ଷ ସିଟ୍‍

BJD Bijuli 480×75 Mob
0

ନୂଆଦିଲ୍ଳୀ: ସାଧାରଣ ବର୍ଗର ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ନିଯୁକ୍ତିରେ ୧୦% ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏଥିପାଇଁ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଉ ୩ ଲକ୍ଷ ସିଟ୍‍ ବଢ଼ିବ ବୋଲି ଆକଳନ କରାଯାଇଛି। ୨୦୨୧ ସୁଦ୍ଧା ଦେଶର ସମସ୍ତ ଆଇଆଇଟିରେ ଅତିରିକ୍ତ ୫,୧୦୦ ସିଟ୍‍ ବଢ଼ିବାକୁ ଯାଉଥିବା ବେଳେ ଆଇଆଇଏମ୍‍ରେ ୮୦୦, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୧୬ ହଜାର, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ୩୪୬ ଓ ବିଶ୍ୱଭାରତୀରେ ୮୨୨ ସିଟ୍‍ ବଢ଼ିବ। ୨୦୦୬ରେ ଓବିସି ବର୍ଗ ପାଇଁ ଉଚ୍ଚଶିକ୍ଷାନୁଷ୍ଠାନରେ ୨୭% ସିଟ୍‍ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ କେନ୍ଦ୍ର ସରକାରଙ୍କୁ ମୋଟ ୬, ୩୯୪. ୩୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ସେଥିମଧ୍ୟରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ୨,୧୬୬.୮୯ କୋଟି ଓ କେନ୍ଦ୍ରୀୟ ପାଣ୍ଠିରେ ପରିଚାଳିତ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ୪,୨୨୭.୪୬ କୋଟି ଟଙ୍କା ଦିଆଯାଇଥିଲା। ତେଣୁ ନୂଆ ସଂରକ୍ଷଣ ନୀତି ପରେ ଯେଉଁ ଅତିରିକ୍ତ ଖର୍ଚ୍ଚ ହେବ ତାହାକୁ ପର୍ଯ୍ୟାୟକ୍ରମେ ପୂରଣ କରାଯିବ ବୋଲି ଜଣାପଡ଼ିଛି। ଏହାବାଦ୍‍ ଘରୋଇ ଉଚ୍ଚଶିକ୍ଷାନୁଷ୍ଠାନରେ ମଧ୍ୟ ସଂରକ୍ଷଣ ସୁବିଧା ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଆଇନ ଆଣିବେ। ୨୦୧୭-୧୮ ସୁଦ୍ଧା ଦେଶରେ ମୋଟ ୨୫,୩୮୩ଟି କେନ୍ଦ୍ରୀୟ ସହବନ୍ଧିତ, ୩୪୩ଟି ଘରୋଇ ବିଶ୍ୱବିଦ୍ୟାଳୟ ଥିବା ବେଳେ ୬,୭୦୦ଟି ଘରୋଇ ଉଚ୍ଚଶିକ୍ଷାନୁଷ୍ଠାନ ରହିଛି।

Leave A Reply