www.samajalive.in
Saturday, December 13, 2025
23.1 C
Bhubaneswar

ବାଳିକାକୁ ଉଦ୍ଧାର ବେଳେ ଭୁଶୁଡ଼ିଲା କୂଅ, ୧୧ ମୃତ

ଭୋପାଳ: ମଧ୍ୟପ୍ରଦେଶ ବିଦିଶା ଜିଲାରେ କୂଅରେ ପଡିଯାଇଥିବା ଏକ ବାଳିକାକୁ ଉଦ୍ଧାର କରିବା ବେଳେ ଅଘଟଣ ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୩ଜଣ ନିଖୋଜ ଅଛନ୍ତି। ଗୁରୁବାର ସନ୍ଧ୍ୟାରେ ଗଞ୍ଜ ବାସୋଡା ଗ୍ରାମରେ ଏକ ବାଳିକା କୂଅରେ ପଡିଯାଇଥିଲା। ତାକୁ ଉଦ୍ଧାର କରିବା ପାଇଁ କିଛି ଲୋକ କୂଅ ଭିତରେ ପଶିଥିଲେ। ଏହି ସମୟରେ କୂଅ ଉପରେ କେତେକ ଲୋକ ରହି ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିଲେ। ତେବେ ଉଦ୍ଧାର କାର୍ଯ୍ୟ ଦେଖିବାକୁ କୂଅ ଚାରିପଟେ ଗାଁ ଲୋକଙ୍କ ଭିଡ ହୋଇଥିଲା। ଏହି ସମୟରେ କୂଅଟି ଭୁଶୁଡି ପଡିଥିଲା। ଫଳରେ କୂଅ ଭିତରେ ୩୦ ଜଣ ପଡିଯାଇଥିଲେ। ରାତି ୧୧ଟା ବେଳେ ଉଦ୍ଧାର କାର୍ଯ୍ୟରେ ଏକ ଟ୍ରାକ୍ଟର ଓ ୪ଜଣ ପୁଲିସ କର୍ମଚାରୀ ଲାଗିଥିଲେ। ପରେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ବାହିନୀ ମୁତୟନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନିର୍ଦେଶରେ ଘଟଣା ସ୍ଥଳରେ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଶୁକ୍ରବାର ସୁଦ୍ଧା ୧୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। କୂଅ ଭିତରେ ଆହୁରି ୧୦ଜଣ ପୋତି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୨୧ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ୫ମ ମୃତଦେହ ବାହାରିଥିଲା। କୂଅଟିର ଗଭୀର ୫୦ଫୁଟ ହୋଇଥିବାବେଳେ ଏଥିରେ ୨୦ଫୁଟ ପାଣି ରହିଥିଲା। ଉଦ୍ଧାର କାର୍ଯ୍ୟ ଶେଷ ହୋଇ ନଥିବାରୁ ସବିଶେଷ ମୃତ୍ୟୁସଂଖ୍ୟା ସ୍ପଷ୍ଟ ହୋଇନାହିଁ। ମୁଖ୍ୟମନ୍ତ୍ରୀ ପ୍ରତି ମୃତ ବ୍ୟକ୍ତିଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ଆହତଙ୍କ ଲାଗି ୫୦ହଜାର ଟଙ୍କା ସହାୟତା ଓ ମାଗଣା ଚିକିତ୍ସା ସୁବିଧା ଘୋଷଣା କରିଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories