www.samajalive.in
Thursday, December 11, 2025
26.1 C
Bhubaneswar

ବଦଳିବ କାରାଗାର ରୂପରେଖ, ଲାଗିବ ମେଟାଲ ଡିଟେକ୍ଟର

ଭୁବନେଶ୍ବର: ଆସନ୍ତା ଆର୍ଥିକ ବର୍ଷ ୨୦୨୧-୨୨ରେ ରାଜ୍ୟର ୮୬ଟି କାରାଗାରର ଆଧୁନିକୀକରଣ ଲାଗି ଯୋଜନା ଖସଡ଼ାକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି। କାରାଗାର ବିଭାଗ ପକ୍ଷରୁ ୫-ଟି ଅନୁପାଳନ ସଂକ୍ରାନ୍ତରେ ଆବଶ୍ୟକ ବ୍ୟବସ୍ଥା କରାଯିବା ଲାଗି ପ୍ରସ୍ତାବ ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାର ବିଭିନ୍ନ ଯୋଜନା ଅଟକଳରେ କାରାଗାରଗୁଡ଼ିକର ବନ୍ଦୀଙ୍କ କ୍ଷମତା ବୃଦ୍ଧି ଲାଗି ଥିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ୨୨୦୯ ଅଧିକ ବନ୍ଦୀ ରହିବା ଲାଗି କେତେକ କାରାଗାରର କ୍ଷମତା ବୃଦ୍ଧି କରାଯିବ।

ସେହିପରି ଯୋଜନା ଖସଡ଼ାରେ ରାଜ୍ୟର ସମସ୍ତ ମଣ୍ଡଳ କାରାଗାର, ଜିଲା କାରାଗାର ଓ କେତେକ ସମ୍ବେଦନଶୀଳ କାରାଗାରରେ ଧାତବ ସୂଚକ ଯନ୍ତ୍ର(ମେଟାଲ ଡିଟେକ୍ଟର) ଲଗାଯିବା ପାଇଁ ଯୋଜନା ରହିଥିବା କାରାଗାର ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ମହାନିର୍ଦେଶକସ୍ତରୀୟ ସମ୍ମିଳନୀରେ ନିଷ୍ପତ୍ତି ଅନୁସାରେ ନମୁନା ପ୍ରକଳ୍ପ ବାବଦରେ ରାଜ୍ୟର ଦୁଇଟି ପ୍ରମୁଖ କାରାଗାର ଭୁବନେଶ୍ବର ସ୍ବତନ୍ତ୍ର କାରାଗାର ଏବଂ କଟକ ମଣ୍ଡଳ କାରାଗାରକୁ ୨୦ଟି ଶରୀରରେ ଲଗାଯିବା ଫଟୋ ଉତ୍ତୋଳନକାରୀ ଯନ୍ତ୍ର ଯୋଗାଇ ଦିଆଯିବ। ପ୍ରଥମ ଥର ଲାଗି କାରାରକ୍ଷକଙ୍କୁ ଏହି ଯନ୍ତ୍ର ଯୋଗାଇ ଦିଆଯିବ। ଏହି ଯନ୍ତ୍ର କାରାଗାରର ଦୁର୍ଦାନ୍ତ ଅପରାଧୀଙ୍କ ଉପରେ ନଜର ରଖିବା କ୍ଷେତ୍ରରେ କାରାରକ୍ଷକଙ୍କୁ ସହଯୋଗ କରିବ।

- Advertisement -

ସଂସ୍କାରମୂଳକ ପଦକ୍ଷେପ ବାବଦରେ ୨୨ଟି କାରାଗାରରେ ତୈଳ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ। ୩୦ ଜିଲା ମୁଖ୍ୟ କାରାଗାରରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ। ସେହିପରି କାରାଗାରଗୁଡ଼ିକରେ ବନ୍ଦୀଙ୍କ ସ୍ବାସ୍ଥ୍ୟଯତ୍ନ ନେବା ସହିତ ଖାଦ୍ୟ ଯୋଗଣ ଲାଗି ୪୦ ଇ-ରିକ୍ସା କ୍ରୟ କରାଯିବ। ଅଂଶୁଘାତରୁ ରକ୍ଷା ଲାଗି କଏଦୀଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ କୋଠରି ନିର୍ମାଣ କରାଯିବ। କାରାଗାରରେ ବନ୍ଦୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଇସିଜି ଯନ୍ତ୍ର ରଖାଯିବ। ଆସନ୍ତା ଆର୍ଥିକ ବର୍ଷରେ ଭୁବନେଶ୍ବରରେ ୨୦, ପଦ୍ମପୁର, ସୋରଡ଼ା, ଜଗତସିଂହପୁର ଓ ଜି-ଉଦୟଗିରି କାରାଗାରରେ ୧୦ଟି ଲେଖାଏଁ ଶଯ୍ୟାବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା କରାଯିବ। ପୁରୁଣା ଫଟୋ ଉତ୍ତୋଳନକାରୀ ଯନ୍ତ୍ର(ସିସିଟିଭି) ବ୍ୟବସ୍ଥାର ନବୀକରଣ ଏବଂ ରୂପାନ୍ତରୀକରଣ କରାଯିବ। ୨୪ କାରାଗାରରେ ଆଭ୍ୟନ୍ତରୀଣ ବାର୍ତ୍ତା ପ୍ରେରଣ(ଇଣ୍ଟରକମ୍) ବ୍ୟବସ୍ଥା କରାଯିବ। ୧୩ କାରାଗାରରେ ଆଭାସି ସମ୍ମିଳନୀ ବ୍ୟବସ୍ଥାର ନବୀକରଣ କରାଯିବାକୁ ନିଷ୍ପତ୍ତି ହୋଇଛି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories