ନୂଆ ସଂସଦ ଭବନ ମୁଖ୍ୟ ପ୍ରବେଶ ଦ୍ୱାରରେ ସ୍ଥାନ ପାଇଛି ଐତିହାସିକ କୋଣାର୍କ ଚକ୍ର
ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ସ୍ଥାନ ପାଇଛି ଓଡ଼ିଶାର କଳାକୃତି। ସଂସଦର ୩ ଦ୍ବାର ମଧ୍ୟରୁ ଗୋଟିଏ ଦ୍ବାରରେ ଐତିହାସିକ କୋଣାର୍କ ଚକ୍ର ସ୍ଥାନିତ ହୋଇଛି। ସଂସଦ ଭବନର କର୍ମଦ୍ବାରରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ୍ର ସ୍ଥାନିତ କରାଯାଇଛି। କର୍ମଦ୍ବାରରେ ସର୍ଦ୍ଦାର ପଟେଲ ଓ ଡ.ବି.ଆର.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ବି ସ୍ଥାନିତ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ସଂସଦ ଭାବନାକୁ ଲୋକାର୍ପିତ କରିଛନ୍ତି। ୬୪ ହଜାର ୫ ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି।
ଏହି ନୂଆ ସଂସଦ ଭବନ ମୁଖ୍ୟ ପ୍ରବେଶ ଦ୍ୱାରରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରତୀକ ଐତିହାସିକ ଅଶୋକ ଚକ୍ର ଖୋଦିତ ହୋଇଛି ଏବଂ ଏହାର ତଳେ ସତ୍ୟମେବ ଜୟତେ ଲେଖାଯାଇଛି। ନୂତନ ସଂସଦ ଭବନ ଗୃହରେ ରହିଛି ୩ଟି ପ୍ରବେଶ ପଥ ରହିଛି। ସେହି ଦ୍ୱାର ଗୁଡିକର ନାଁ ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର ରଖାଯାଇଛି।
Comments are closed.