ଜହ୍ନାପଡା ରେ ଶ୍ରୀମଦ୍ ଭାଗବତ  ଗୀତା ପାରାୟଣ ସପ୍ତାହ ଯଜ୍ଞ ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଜହ୍ନାପଡା  ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜଗନ୍ନାଥ ସଂକ୍ରାନ୍ତି  ସତସଙ୍ଗ ଅନୁଷ୍ଠାନ ଓ ଗ୍ରାମବାସୀ ଙ୍କ ମିଳିତ ଆନୁକୁଲ୍ୟରେ  ସାତ ଦିନ ବ୍ୟାପୀ ହୋଇଥିବା ଶ୍ରୀମଦ୍ ଭଗବତ ପାରାୟଣ  ସପ୍ତାହ  ଯଜ୍ଞ ଆଜି ସମ୍ପନ୍ନ ହୋଇଯାଇଛି । ଏହି ପାରାୟଣ କାର୍ଯ୍ୟକ୍ରମ ଗତ ୧ ତାରିଖରୁ ଆରମ୍ଭ ହୋଇ   ଆଜି ପୂର୍ଣ୍ଣାହୁତି  ପଡ଼ିଥିଲା।
ଏଥିପାଇଁ ପ୍ରଥମ ଦିନ ଅର୍ଥାତ୍ ୧ ତାରିଖ ଦିନ ଶତାଧିକ ମହିଳା  ଭବ୍ୟ କଳସ ଶୋଭାଯାତ୍ରା ରେ ବାହାରି   ଗ୍ରାମର ଗାଧୁଆ ବନ୍ଧ ରୁ ପୂର୍ଣ୍ଣ କଳସ ଆଣି ଯଜ୍ଞ  ମଣ୍ଡପରେ ସ୍ଥାପନ କରାଯିବା ପରେ ଯଜ୍ଞ କାର୍ଯ୍ୟ ଓ ପାରାୟଣ ଆରମ୍ଭ ହୋଇଥିଲା  । ପ୍ରତ୍ୟହ ସକାଳ ୮ ଟା ରୁ ଗୀତାପାଠ, ୯ ଟା ରୁ  ୧୧ ଟା ୩୦ ମିନିଟ ପର୍ଯ୍ୟନ୍ତ  ଭାଗବତ ପାଠ ଓ ମଧ୍ୟାହ୍ନ ୧୨ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ  କରାଯାଉଥିଲା।
prayash
ହି  ପାରାୟଣ  କାର୍ଯ୍ୟକ୍ରମର ପ୍ରଥମ ଦିବସ ରେ ଲହଣ୍ଡା ର  ପରମ ପୂଜ୍ୟ ମୁଲଜି  ମହାରାଜ ଗୀତା ପାରାୟଣ କରିଥିବା ବେଳେ ଦ୍ଵିତୀୟ ଦିବସରେ  ମନାପଡ଼ା ର ଶୁକଦେବ ସାହୁ, ତୃତୀୟ ଦିବସରେ  ବରପାଲି ଭଟିଗା  ର  ଦୀପ୍ତି କୁମାରୀ ସିଂ,ଚତୁର୍ଥ ଦିବସରେ  ସୋନପୁର ଡୁଙ୍ଗୁରି ପାଲିର  ପ୍ରକାଶ ପ୍ରଧାନ ଓ ହରିପ୍ରିୟl ପ୍ରଧାନ, ପଞ୍ଚମ  ଦିବସରେ ବିଜେପୁର ଜାମିପାଲିର  ଗୋବିନ୍ଦ ବାବା ମହାରାଜ, ଷଷ୍ଠ ଦିବସରେ ଗିରିଧାରୀ ମିଶ୍ର ଓ ମାନ ଭଞ୍ଜନ ବ୍ରହ୍ମଚାରୀ ଙ୍କ ଦ୍ଵାରା ଭାଗବତ ଗୀତା ପାରାୟଣ କରାଯାଇଥିଲା ।ଗ୍ରାମର ଗୌନ୍ତିଆ ଭରତ ପ୍ରଧାନ  ସପତ୍ନିକ  କର୍ତ୍ତା ଦାୟିତ୍ଵ ତୁଲାଇଥିଲେ।
ଆଜି ଅପରାହ୍ନ ୨ ଟାରେ ପୂର୍ଣ୍ଣାହୁତି ପଡ଼ିଥିଲା ।ପ୍ରତ୍ୟହ ଅନ୍ନ ପ୍ରସାଦ ର ବ୍ୟବସ୍ଥା ରହିଥିଲା ।ଆଖପାଖ ଗ୍ରାମରୁ  ଶହ ଶହ  ଭକ୍ତମାନେ  ଯୋଗ ଦେଇଥିଲେ। ସମସ୍ତ ଗ୍ରାମବାସୀ ଙ୍କ ସକ୍ରିୟ ସହଯୋଗ  ରହିଥିଲା।

Comments are closed.