www.samajalive.in
Sunday, December 7, 2025
14.1 C
Bhubaneswar

ଖରିଫ ଧାନ ସଂଗ୍ରହ ପାଇଁ ଖୋଲିଲା ଧାନ ମାର୍କେଟ

ରେଙ୍ଗାଲିକ୍ୟାମ୍ପ: ଜିଲା ପ୍ରଶାସନର ଧାନ ସଂଗ୍ରହ ବୈଠକର ନିଷ୍ପତ୍ତି କ୍ରମେ ଅତାବିରା ଆରଏମସି ଅଧିନସ୍ଥ ମାର୍କେଟ ୟାର୍ଡ ଓ କ୍ରୟ କେନ୍ଦ୍ର ଗୁଡ଼ିକ ଖୋଲା ଯାଇଛି। ଏହି ଅବସରରେ ଆରଏମସି ସମ୍ପାଦକ ଡୋଲାମଣି ପୁରୋହିତ ଓ କୋଷାଧ୍ୟକ୍ଷ ସୁଦାମ ପାଣିଗ୍ରାହୀଙ୍କ ସଂଯୋଜନାରେ ଉପ ଜିଲ୍ଲାପାଳ ତଥା ଆରଏମସି ଅଧ୍ୟକ୍ଷ କୁମାର ନାଗଭୂଷଣ, ଉପ ଅଧ୍ୟକ୍ଷ ସୁବାସ ହୋତା, ଆରଏମସି ଅଧ୍ୟକ୍ଷ ରିତା ସାହୁ, ଏଆର ସିଏସ ନିରଞ୍ଜନ ସେଠା, ଅତିରିକ୍ତ ସିଏସଓ ଗୀତା ଦାନୀ, ଏସିଏସଓ ଜ୍ୟୋତ୍ସ୍ନା କର୍ଣ୍ଣ , ବ୍ୟମେକେଶ ମାଝୀ, ଯୋଗାଣ ନିରୀକ୍ଷକ ରଞ୍ଜନ ନାୟକ, ସମବାୟ ସମ୍ପ୍ରସାରଣ ଅଧିକାରୀ ସରୋଜ ମେହେର, ଏନଏସି ଅଧ୍ୟକ୍ଷ ବନମାଳୀ ବରିହା, ମା ଦୁର୍ଗା ଶକ୍ତି ଏସଏସଜି,ମା ନାରାୟଣୀ ଏସଏସଜି ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଅତାବିରା ମାର୍କେଟରେ ଧାନ ସଂଗ୍ରହ ଓ କିଣିବାର ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ ଗୋଡଭଗା ମାର୍କେଟରେ ମଧ୍ୟ ପୂଜାଅର୍ଚ୍ଚନା କରାଯାଇ ଧାନ ସଂଗ୍ରହ କରାଯାଇଥିଲା।ପ୍ରଥମ ଦିନରେ ଗୋଡଭଗା ମାର୍କେଟକୁ ୨୩୯୩ ପେକେଟ ଓ ଅତାବିରା ମାର୍କେଟକୁ ୬୯୩ ପେକେଟ ଧାନ ଆସିଥିବା ଅଫିସ ସୂତ୍ରରୁ ଜଣାପଡ଼ିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories