ରେଙ୍ଗାଲିକ୍ୟାମ୍ପ: ୫-ଟି ରୂପାନ୍ତରଣ ହୋଇଥିବା ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ପରବର୍ତ୍ତୀ ଶିକ୍ଷାଦାନ ସୂଚାରୁ ଭାବରେ ହେଉଛି କି ନାହିଁ ତଦାରଖ କରିବା ପାଇଁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ଆକସ୍ମିକ ଭାବରେ ଅତାବିରା ବ୍ଲକର ବିଭିନ୍ନ ୫ଟି ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ସେ ମୁଖ୍ୟତଃ ସ୍ମାର୍ଟ ଶ୍ରେଣୀ ଗୃହ, ଇ-ପାଠାଗାର ଓ ବିଜ୍ଞାନ ପରୀକ୍ଷାଗାରଗୁଡ଼ିକ ବୁଲି ଦେଖିବା ସହ ସେଗୁଡିକ ଉପଯୋଗ ହେଉଛି ନା ନାହିଁ ଯାଞ୍ଚ କରିଥିଲେ। ପରୀକ୍ଷାଗାରରେ ବିଜ୍ଞାନଭିତ୍ତିକ ପରୀକ୍ଷଣ କରାଯାଉଛି ନା ନାହିଁ ପିଲାଙ୍କୁ ପଚାରି ବୁଝିଥିଲେ। ସେ ପ୍ରଥମେ ଅତାବିରା ସରକାରୀ ବାଳିକା ବିଦ୍ୟାଳୟକୁ ପରିଦର୍ଶନ କରି ସମସ୍ତ ବିଷୟ ତଦାରଖ କରିବା ପରେ ଗୋଡଭଗା ଜନତା ଉଚ୍ଚ ବିଦ୍ୟାଳୟ, କାଦୋବାହାଲ ଉଚ୍ଚ ବିଦ୍ୟାଳୟ ଓ ଲାରମ୍ଭା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ତାଙ୍କ ସହ ଅତିବିରା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଥିଲେ।
Popular Categories



