କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ଭାରତ ନିର୍ମାଣ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଆଜି ରେଳପଥ ଦୋହରିକରଣ କାର୍ଯ୍ୟ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଜିଲ୍ଲାପାଳ ଭୀମସେନ ଶବର ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ତାପସ କୁମାର ଭୋଇ, ତହସିଲଦାର ସୁଧାକର ରଇତ, ଏବିଡ଼ିଓ ବଳରାମ ପାତ୍ର, ରାଜସ୍ୱ ନିରୀକ୍ଷକ କୃଷ୍ଣ ଶବର, ସିକରପାଇ ସରପଞ୍ଚ ଚୈତନ୍ୟ ତିଆକା, ସମିତି ସଭ୍ୟ ନାଗେଶ୍ୱର ମିଣିଆକା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ମଞ୍ଚାସୀନ ରହିଥିଲେ। ଏଥରେ ପୂର୍ବତଟ ରେଳପଥ ବିଶାଖାପାଟଣା ଡିଭିଜନ ପକ୍ଷରୁ ସିଙ୍ଗାପୁର ଠାରୁ କୋରାପୁଟ ପର୍ଯ୍ୟନ୍ତ ରେଳ ଲାଇନ ଦୋହରିକରଣ ପାଇ ଜମି ଯାଉଥିବା ହିତାଧିକାରୀ ଓ ଭାଲୁମାସ୍କା ଗ୍ରାମବାସୀ ଉପସ୍ଥିତ ରହିଥିଲେ।
ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଭାଲୁମାସ୍କା ଗ୍ରାମବାସୀ ଓ ଜମି ଯାଉଥିବା ହିତାଧିକାରୀଙ୍କୁ ଉପସ୍ଥିତ ଅଧିକାରୀମାନେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ବହୁ ବୁଝାସୁଝା କରିବା ପରେ ରେଳ ବିଭାଗର ଅସୁବିଧା ଓ ଦୁଇ ଦଫା ଦାବି ମୌଖିକରେ କହିବା ସହ ଲିଖିତ ଭାବେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।



