ଶିକ୍ଷକ ନ ଦେଲେ ପଡ଼ିବ ତାଲା, ଦୁଇ ଶିକ୍ଷକରେ ୧୦୭ ଛାତ୍ରଛାତ୍ରୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ସୁଢ଼ାପାଲି ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ବଢୁଛି ଉତ୍ତେଜନା।ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଛନ୍ତି ମୋଟ ୧୦୭ ଜଣ ଛାତ୍ର ଛାତ୍ରୀ। ଏହି ଆବାସିକ ବିଦ୍ୟାଳୟ ହଷ୍ଟେଲରେ ବର୍ତ୍ତମାନ ୫୦ ଜଣ ଛାତ୍ରଛାତ୍ରୀ ରହୁଛନ୍ତି। କରୋନା ଯୋଗୁ ହଷ୍ଟେଲ ପିଲା ସଂଖ୍ୟା କିଛି କମିଯାଇଥିବା ଜଣାପଡିଛି। ତଥାପି ୧୦୭ ଜଣ ପିଲା ପାଇଁ ଅତି କମରେ ତିନି ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ପ୍ରଧାନଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଛି। ତେବେ ଅଛନ୍ତି ଦୁଇ ଜଣ ଶିକ୍ଷକ। ଏହି ଦୁଇଜଣ ଶିକ୍ଷକ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ କରିବା ସହ ଯଦି ପାଠ ପଢ଼ାଉଛନ୍ତି ତେବେ ଜଣେ ଶିକ୍ଷକ ଚାରିଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ କିଭଳି ପଢ଼େଇବେ।

ଏ ନେଇ ଅନେକ ଥର ଡିଡବ୍ଲୁଓକୁ ଅବଗତ କରାଯାଇଛି ଓ ଅନେକ ଥର ସଭା ସମିତି କରାଯାଇଛି। ଜିଲ୍ଲାପାଳଙ୍କ ଜନଶୁଣାଣିରେ ମଧ୍ୟ ଗ୍ରାମ କମିଟି ପକ୍ଷରୁ ଅଭିଯୋଗ କରାଯାଇଥିବା ଜଣାପଡିଛି। କିନ୍ତୁ ଆଜି ଯାଏ ଶିକ୍ଷକ ସମସ୍ୟାର ସମାଧାନ ହୋଇପାରିନାହିଁ।

Comments are closed.