ଆଶୀର୍ବାଦ ସଙ୍ଗଠନ ପକ୍ଷରୁ ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଆଶୀର୍ବାଦ ସଂଗଠନ ପକ୍ଷରୁ ଅତାବିରା ବ୍ଲକ ଖରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟର ପରିସରରେ ଗରିବ ଓ ଅସହାୟ କୁନି କୁନି ପିଲା ମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି ।  ସଂଗଠନର ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ତତ୍ବାବଧାନରେ ଶ୍ରାବଣର ଶେଷ ସୋମବାର ଦିନ ଏହି ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏକ ବର୍ଷରୁ ବାର ବର୍ଷର ୧୫୦ଜଣ ପିଲାଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ଏହା ବ୍ୟତୀତ ବୃଦ୍ଧ ମାନଙ୍କୁ ମିଷ୍ଟାନ୍ନ ସହ ଗାମୁଛା ମଧ୍ୟ ବଣ୍ଟାଜାଇଥିଲା । ଏହି ପୋଷାକ ବଣ୍ଟନ ସମୟରେ ସଂଗଠନର ନିତ୍ୟାନନ୍ଦ ପ୍ରଧାନ, ଦୁର୍ଯ୍ୟୋଧନ ଗଡତିଆ, ଲେଶ ପ୍ରଧାନ, ବିଶ୍ଵ ଭୋଇ, ଦିଲୀପ ସାହୁ, ଗ୍ରାମର ବୈସାଖୁ ପ୍ରଧାନ ତଥା ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ ।

Comments are closed.