www.samajalive.in
Tuesday, December 9, 2025
26.1 C
Bhubaneswar

ଲୋକଙ୍କ ଦୁର୍ଦ୍ଦଶା ବଢ଼ାଉଛି କୁଲେଇ ଜୋର; ଦୁଇ ଜିଲ୍ଲାକୁ ଯାତାୟାତ ବିଚ୍ଛିନ୍ନ

ରେଙ୍ଗାଲିକ୍ୟାମ୍ପ: ବିଜୁ ସେତୁ ଯୋଜନାରେ ବଞ୍ଚିତ କୁଲେ଼ଇ ଜୋର । ଅତାବିରା ବ୍ଲକ ଅନ୍ତର୍ଗତ ଅନ୍ଧାରିପାଲିରେ ଏହି କୁଲେଇ ଜୋର ରହିଥିବା ବେଳେ ଏହି ଜୋର ସମ୍ବଲପୁର ଓ ବରଗଡ଼ ଜିଲ୍ଲାକୁ ସଂଯୋଗ କରୁଛି । ଏହି ଜୋର ଉପରେ ଛୋଟିଆ ପୋଲଟିଏ ହୋଇଥିବା ବେଳେ ଦୁଇ ଜିଲ୍ଲାର ଲୋକମାନେ ଯାତାୟାତ କରୁଛନ୍ତି ।  କିନ୍ତୁ ଗତ ରାତିର ଗୋଟିଏ ଅଷଢ଼ା ବର୍ଷାରେ ଏହି  ପୋଲ ଉପର ୩ରୁ ୪ ଫୁଟ ପାଣି ଚାଲୁଛି । ଯାହାଫଳରେ ଗତକାଲି ଲୋକଙ୍କର ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିଲା । ପାଣିର ଦ୍ରୁତ ଗତି ଯୋଗୁଁ କାର, ବସ୍ ଗୁଡ଼ିକ ମଧ୍ୟ ଯାଇ ପାରିନଥିଲା । ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହି ପୋଲ ଦେଇ ପ୍ରତ୍ୟହ ଚାରପାଲି, ଗୋବିନ୍ଦ ପାଲି, ଚିପିଲିମା, ସାତୁ ପାଲି, ଗରମୁଣ୍ଡା, ବସନ୍ଦପୁର, ସାହାଜବାହଲ, ଭାଲୁ ଗୁଡ଼ିଆ ଆଦି ଗ୍ରାମର ଲୋକେ ବିଭିନ୍ନ ବ୍ୟବସାୟ ଅର୍ଥରେ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଯିବା ଆସିବା କରିଥାନ୍ତି ।
ସ୍କୁଲର  ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ପୋଲ ପାରି ହୋଇ ଅନ୍ଧାରୀ ପାଲିକୁ ଆସିଥାନ୍ତି ।  ଯେଉଁଥିପାଇଁ ସମସ୍ତଙ୍କ ବ୍ୟବସାୟ ବାଣିଜ୍ୟ  ସହ ପିଲାଙ୍କ ପାଠପଢା ମଧ୍ୟବନ୍ଦ ହୋଇ ରହିଥିଲା ଓ ଲୋକେ ଅନେକ ଆର୍ଥିକ କ୍ଷତି ସହିଛନ୍ତି  । ଏହି ପୋଲର ପୁନଃ ନିର୍ମାଣ ପାଇଁ ଅଞ୍ଚଳବାସୀ ଅନେକ ଦିନରୁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ନିରବ ରହିଥିବା ଯୋଗୁ ଆଜି ଏଭଳି ପରିସ୍ଥିତି  ଦେଖା ଦେଇଛି  ବୋଲି  ଅଞ୍ଚଳବାସୀ କହିଛନ୍ତି । ତେବେ  ପ୍ରଶାସନ ଏଠି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ବିଜୁ ସେତୁ ଯୋଜନାରେ ଏହି ପୋଲର ପୁନଃ ନିର୍ମାଣ କରିବା ପାଇଁ  ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories